କ୍ୟାଲ୍‌ସିୟମ

ଆମ ଶରୀରରେ କ୍ୟାଲସିୟମ ପରିମାଣ ସନ୍ତୁଳିତ ରହିଲେ ତାହା ଅସ୍ଥିକୁ ଦୃଢ଼ କରିଥାଏ। ତା’ ସହ ଆମକୁ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେଣୁ ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ଅତିକମ୍‌ରେ ୧୦୦-୧୨୦୦ ଗ୍ରାମ କ୍ୟାଲସିୟମ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ। ଯଦି ଶରୀରରେ କ୍ୟାଲିୟମ ପରିମାଣ ଠିକ୍‌ ରହେ ତେବେ ତାହା କେବଳ ଅସ୍ଥି ନୁହେଁ ଦାନ୍ତକୁ ମଧ୍ୟ ଦୃଢ଼ କରିଥାଏ। ଗୋଟିଏ କଥା-ଆମ ଶରୀର ଭିତରକୁ ଯେତେ କ୍ୟାଲସିୟମ ଯାଏ ତନ୍ମଧ୍ୟରୁ କେତେକ ଝାଳ, ପରିସ୍ରା ବାଟେ ବାହାରିଯାଏ।
ତେଣୁ ଶରୀର ଭିତରେ ଏହି ପରିମାଣ କିପରି ସନ୍ତୁଳିତ ରହିବ ସେ ନେଇ ସଚେତନ
ରହିବା ଆବଶ୍ୟକ। ବିଶେଷଭାବରେ ବୟସ ବଢ଼ିବା ସହ କ୍ୟାଲ୍‌ସିୟମ ଜାତୀୟ ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେବା ଦରକାର। ସବୁଜ ପନିପରିବା, କ୍ଷୀରଜାତୀୟ ଖାଦ୍ୟ, ମାଛ, ପୋଇ, ବ୍ରୋକଲି, ଫଳମୂଳ, ବିନ୍‌, ବାଦାମ ଆଦିରେ କ୍ୟାଲ୍‌ସିୟମ ଭରି ରହିଛି।