Categories: ଖେଳ

କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କଲେ ମୟଙ୍କ ଅଗ୍ରଓ୍ବାଲ

ବିଶାଖାପାଟଣା,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଭାରତର ଦୁଇ ଓପନର୍‌ ଶତକ ହାସଲ କରିଛନ୍ତି। ପ୍ରଥମ ଦିନରେ ରୋହିତ୍‌ ଶର୍ମା ଶତକ ଅର୍ଜନ କରିଥିବାବେଳେ ମୟଙ୍କ ଅଗ୍ରଓ୍ବାଲ୍‌ ଦ୍ୱିତୀୟ ଦିନ ଖେଳ ଆରମ୍ଭରେ ଶତକ ମାରିଛନ୍ତି। ପ୍ରଥମ ଦିନରୁ ୮୪ ରନରେ ଅପରାଜିତ ଥିବା ମୟଙ୍କ କ୍ୟାରିରର ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି। ସେ ୨୦୯ଟି ବଲ୍‌ରେ ନିଜ ଶତକ ପୂରଣ କରିଛନ୍ତି। ପ୍ରଥମ ଦିନ ଚା ପାନ ବିରତି ପରେ ବର୍ଷା ଯୋଗୁ ଖେଳ ବନ୍ଦ ରହିଥିଲା। ଫଳରେ ପ୍ରଥମ ଦିନରେ ଭାରତ ମାତ୍ର ୫୯.୧ ଓଭରରେ କୌଣସି ଉଇକେଟ ନ ହରାଇ ୨୦୨ ରନ ସଂଗ୍ରହ କରିଥିଲା। ରୋହିତ୍‌ ୧୧୫ ରନ କରି ଅପରାଜିତ ଥିଲେ। ଟେଷ୍ଟରେ ଶତକ ହାସଲ କରିବାରେ ମୟଙ୍କ ୮୬ତମ ଭାରତୀୟ ହୋଇପାରିଛନ୍ତି।

Share