Categories: ଖେଳ

କ୍ୟାରିୟରର ଅନ୍ତିମ ଟେଷ୍ଟ ଜାଣି ନିୟମ ଭାଙ୍ଗିଲେ ଫିଲାଣ୍ଡର

ଜୋହାନ୍ସବର୍ଗ,୨୬।୧- ଓ୍ବାଣ୍ଡର୍ସରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଦକ୍ଷିଣ ଆଫ୍ରିକା ପେସର ଭର୍ନନ ଫିଲାଣ୍ଡରଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌। ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ମାତ୍ର ୯ଟି ବଲ ପକାଇବା ପରେ ଛୋଟେଇବା ଆରମ୍ଭ କରିଥିଲେ। ମାଂସପେଶୀଜନିତ ଆହତ ସମସ୍ୟା ଯୋଗୁ ସେ ଆଉ ବୋଲିଂ କରି ନ ଥିଲେ। ଏହାର କିଛି ସମୟ ପରେ ଆଇସିସି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଫିଲାଣ୍ଡରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ତାଙ୍କୁ ଏକ ଡିମେରିଟ ପଏଣ୍ଟ ଦିଆଯାଇଛି। ପ୍ରଥମ ଇନିଂସରେ ପ୍ରତିପକ୍ଷ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କୁ ଆଉଟ୍‌ କରିବା ପରେ ଗାଳି କରିବା ସହ ଆପତ୍ତିଜନକ ଇଙ୍ଗିତ କରିଥିଲେ। ତେବେ ଫିଲାଣ୍ଡର କ’ଣ କହିଥିଲେ ଜଣାପଡ଼ିନାହିଁ। ତାଙ୍କ ମ୍ୟାଚ୍‌ ଫି’ର ୧୫ ପ୍ରତିଶତ କାଟ କରାଯିବ। ଉଲ୍ଲେଖଯୋଗ୍ୟ, ଏହି ମ୍ୟାଚ୍‌ରେ ଜଣେ ପ୍ରଶଂସକଙ୍କୁ ଗାଳି କରିବା ପାଇଁ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ମଧ୍ୟ ଏକ ଡିମେରିଟ ପଏଣ୍ଟ ଦିଆଯାଇଛି।

Share