କ୍ୟାମେରା ଧରି ସମୂଦ୍ରକୁ ଡେଇଁଲେ ଉର୍ବଶୀ: ପଛରେ ପଡ଼ିଗଲା ବିଶାଳକାୟ ମାଛ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। କିଛି ଦିନର ବ୍ୟବଧାନରେ ସେ ନିଜର ଭିଡିଓ ପ୍ରଶଂସକଙ୍କ ପାଇଁ ଶେୟାର କରିଥାନ୍ତି। ଏବେ ସେ ନିଜର ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଉର୍ବଶୀ ସମୂଦ୍ରକୁ ଡେଉଁଥିବାର ଦେଖିବାକୁ ମିଳୁଛି। ଏହାକୁ ଶେୟାର କରି ସେ କହିଛନ୍ତି ଯେ, ଏହି ସମୟରେ ଏକ ବିଶାଳକାୟ ମାଛ ତାଙ୍କ ଆଡ଼କୁ ଆସିଥିଲା। ଅଳ୍ପ ସମୟ ମଧ୍ୟରେ ଭିଡିଓକୁ ୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।
ଉର୍ବଶୀ ଫିଲ୍ମ ‘ସିଂହ ସାହେବ ଦ ଗ୍ରେଟ’ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କୁ ସନି ଦେଓଲଙ୍କ ସ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିଥିଲା। ପରେ ସେ ‘ଏକ୍‌ ଡାଏମଣ୍ଡ ଦା ହାର ଲେଦେ ଆର’ ଏବଂ ‘ପାଗଲପନ୍ତି’ ପରି ସିନେମାରେ ଅଭିନୟ କରିବାର ସୁଯୋଗ ମିଳିଲା।

Share