Categories: ଫୁରସତ

କ୍ୟାମେରା ଦେଖି ପୋଜ୍‌ ଦେଉଛି ଏହି ଛେଳି, ଲୋକେ କୋରିଆ ପପ୍‌ଷ୍ଟାରଙ୍କ ସହ କରୁଛନ୍ତି ତୁଳନା

ଆଜିକାଲିର ସମୟରେ କ୍ୟାମେରା ଦେଖିଲେ ଯେ କେହିବି ଭଲ ପୋଜ୍‌ ଦେବାକୁ ଚାହିଁଥାଏ। ହେଲେ ମାଲେସିଆର ପେରାକ ରାଜ୍ୟର ଏକ ଫାର୍ମରେ ଥିବା ସନେନ ପ୍ରଜାତିର ଏକ ଛେଳି ଫଟୋକୁ ନେଇ ଚର୍ଚ୍ଚାରେ। ୧୧ ମାସର ଏହି ଛେଳିଟିକୁ କୋରିଆ ପପ୍‌ଷ୍ଟାରଙ୍କ ସହ ତୁଳନା କରାଯାଉଛି।

ଫାର୍ମ ମାଲିକ ଅହମ୍ମଦ ଏମ୍‌. ଫଦଜିରଙ୍କ କହିବା ପ୍ରକାରେ, ତାଙ୍କ ଲାଇଭ୍‌ଷ୍ଟକ୍‌ ଫାର୍ମରେ ସନେନ ପ୍ରଜାତିର ୧୭ରୁ ଅଧିକ ଛେଳି ଅଛନ୍ତି। ହେଲେ ରୋମାସ ନାମକ ଏକ ଛେଳି ସମସ୍ତଙ୍କଠାରୁ ଅଲଗା। ତାର ଫଟୋ ଉଠାଇବାର ସଉକ ରହିଛି। ରୋମାସ କ୍ୟାମେରା ଦେଖିବା ବେଳେ ଭଳିକି ଭଳି ପୋଜ୍‌ ଦେଇଥାଏ। ତେବେ ସେଭଳି କିଛି ଫଟୋ ଉଠାଇବା ପରେ ଫାର୍ମର ଫେସବୁକ୍‌ ପେଜ୍‌ରେ ଶେୟାର କରିଦେଇଥିଲେ। ଏହାକୁ ଲୋକମାନେ ପସନ୍ଦ କରିବା ସହ ଖୁବ୍‌ କମ୍‌ ସମୟରେ ଏହା ଭାଇରାଲ ହୋଇଯାଇଥିଲା। ଲୋକମାନେ ଛେଳିଟିର ମୁଣ୍ଡରେ ଥିବା ଲୋମକୁ ଦେଖି ପପ୍‌ଷ୍ଟାରଙ୍କ ସହ ତୁଳନା କରିଥିଲେ। ଏପରିକି ଫଟୋଗୁଡ଼ିକରେ ରୋମାସ ହସୁଥିବା ପରି ମନେହେଉଥିବା ଅନେକେ କହିଥିଲେ। ଶେଷରେ ରୋମାସକୁ କିଣିବା ଲାଗି ଲୋକେ ଇଚ୍ଛା ପ୍ରକାଶ କରୁଛନ୍ତି। ହେଲେ ମାଲିକ ତାକୁ ଛାଡ଼ିବାକୁ ଚାହୁଁ ନ ଥିବା କହିଛନ୍ତି। ତେବେ ଏହି ଛେଳିମାନଙ୍କୁ ପାଳିବା ସହଜ ନୁହେଁ। ସୁସ୍ଥ ବାତାବରଣରେ ସେଗୁଡ଼ିକ ବଡ଼ ହେଉଥିବା ସେ କହିଛନ୍ତି।

 

Share