Categories: ଜାତୀୟ

କ୍ୟାବିନେଟ୍‌ ନିଷ୍ପତ୍ତି: ପଞ୍ଚଦଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳ ୧୧ ମାସ ବଢ଼ିଲା

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ପଞ୍ଚଦଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଆଉ ୧୧ ମାସ ବୃଦ୍ଧି କରିଛନ୍ତି। ଫଳରେ ଏହି କମିଶନ ଆସନ୍ତାବର୍ଷ ଅକ୍ଟୋବର ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କମିଶନ ଶନିବାର ଏହାର ଅନ୍ତରୀଣ ରିପୋର୍ଟ ଦାଖଲ କରିବା ଆଶା କରାଯାଉଛି। ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଅର୍ଥ କମିଶନ ଟିକସ ହସ୍ତାନ୍ତରଣ ସୂତ୍ର ସମ୍ପର୍କରେ ପ୍ରସ୍ତାବ ଦେବେ। କାରଣ ପୂର୍ବ ସୂତ୍ରର ସମୟସୀମା ୨୦୨୦ ମାର୍ଚ୍ଚ ୩୧ରେ ଶେଷ ହେଉଛି। ଏଥିସହିତ ଜମ୍ମୁ-କଶ୍ମୀର ସ୍ଥିତିରେ ପରିବର୍ତ୍ତନ ହୋଇଥିବାରୁ ଏଥିପାଇଁ ଅଧିକ ସମୟର ଆବଶ୍ୟକତା ଥିଲା। ପଞ୍ଚଦଶ ଅର୍ଥ କମିଶନ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ତୁରନ୍ତ ରିପୋର୍ଟ ପ୍ରଦାନ କରିବା ଲାଗି ଯୋଜନା କରିଛି। ଏହାବ୍ୟତୀତ ୨୦୨୧-୨୨ରୁ ୨୦୨୫-୨୬ ଆର୍ଥତ୍କ ବର୍ଷ ପାଇଁ ଚୂଡ଼ାନ୍ତ ରିପୋର୍ଟ ୨୦୨୦ ଅକ୍ଟୋବର ୩୦ ସୁଦ୍ଧା ଦାଖଲ କରିବ। ଏଥିପାଇଁ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।

Share