କ୍ୟାବିନେଟ୍‌ ନିଷ୍ପତ୍ତି : ନୀଳଗିରି ବ୍ଲକର ୯୦ ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଣ, ଯାଜପୁର ଜିଲା ଟମକା-ମଙ୍ଗଳପୁର ରାସ୍ତା ୪ ଲେନ୍‌, ବାଙ୍କୁଆଳଠାରେ ନିର୍ମାଣ ହେବ ଆଞ୍ଚଳିକ ଶିକ୍ଷା ଓ ତାଲିମ କେନ୍ଦ୍ର

ଭୁବନେଶ୍ୱର,୨୬।୯(ବ୍ୟୁରୋ)-ରାଜ୍ୟର ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ଏହି କ୍ରମରେ ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ଅଧୀନରେ ଥିବା ୧୭ଟି ପଞ୍ଚାୟତର ୯୦ଟି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରେ ୯୦ ହଜାର ୨୧୯ ଜଣ ଲୋକ ଉପକୃତ ହେବେ। ଏହି ପ୍ରକଳ୍ପକୁ ଗୁରୁବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଲୋକସଭା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ଥାବକୁ ଅନୁମୋଦନ କରାଯାଇଛି। ନୀଳଗିରି ପାନୀୟ ଜଳ ପ୍ରକଳ୍ପ ଟେଣ୍ଡର ଜୁବେରୀ ଇଞ୍ଜିନିୟରିଂ କମ୍ପାନୀ ନେକନ୍‌ ପାଓ୍ବାଲ ଇନ୍‌ଫ୍ରାକୁ ୧୪୯ କୋଟି ୧୨ ଲକ୍ଷ ଟଙ୍କାରେ ଦିଆଯାଇଛି। ଉକ୍ତ ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ହାଇକୋର୍ଟରେ କାର୍ଯ୍ୟରତ ଆଡହକ୍‌ କୋର୍ଟ ମ୍ୟାନେଜରଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଛନ୍ତି। କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏଥିରେ ୩୨ଜଣ କୋର୍ଟ ମ୍ୟାନେଜର ଉପକୃତ ହେବେ। ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ଜିଲା ଜଜ୍‌ଙ୍କୁ ପ୍ରଶାସନିକ କ୍ଷେତ୍ରରେ ସହାୟତା କରିବା ପାଇଁ କୋର୍ଟ ମ୍ୟାନେଜରଙ୍କୁ ରାଜ୍ୟ ସରକାର ଚିକ୍ତିଭିତ୍ତିକ ନିଯୁକ୍ତି ଦେଇଥିଲେ। ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି।
ଯାଜପୁର ଜିଲାର ଟମକା-ମଙ୍ଗଳପୁର ରାସ୍ତାକୁ ୪ ଥାକିଆ ରାସ୍ତା କରାଯିବ। ଜାତୀୟ ରାଜପଥ ନଂ. ୫୩ର ମଙ୍ଗଳପୁର ପର୍ଯ୍ୟନ୍ତ ୪୩ କିମି ରାସ୍ତାକୁ ୪ ଲେନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ରାସ୍ତାଟି କଣିହାଁ ଓ ସୁକିନ୍ଦା ଖଣି ଅଞ୍ଚଳରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସିଧାସଳଖ ସଂଯୋଗ କରିବ। ଏଥିସହିତ ଏହି ରାସ୍ତା ପାରାଦୀପ ଓ ଧାମରାକୁ ମଧ୍ୟ ସଂଯୋଗ କରିବ। ଜନଗହଳି ଓ ଯାତାୟାତକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ୪ ଲେନ୍‌ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଦୁର୍ଗା କଣ୍ଡେଭ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ନେଇଛି। ଏହାକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏହି ରାସ୍ତା ବାବଦରେ ୧୧୭ କୋଟି ଟଙ୍କା ଖର୍ଚ୍ଚ ହେବ ଓ ୨ ବର୍ଷରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବାଲେଶ୍ୱର ଓ ବଲାଙ୍ଗୀରଠାରେ ୫ଶହ ବେଡ୍‌ ବିଶିଷ୍ଟ ସରକାରୀ ହସ୍ପିଟାଲ ନିର୍ମାଣ ହେବ । ବାଲେଶ୍ୱର ଡାକ୍ତରଖାନା ପାଇଁ ୧୪୮.୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଇରନ୍‌ ଟ୍ରିଆଙ୍ଗଲ୍‌ ଲିଃ. ଏହାକୁ ୧୪୪.୯୯ କୋଟି ଟଙ୍କାରେ ଟେଣ୍ଡର ନେଇଛି। ଆସନ୍ତା ୨ ବର୍ଷ ୬ ମାସ ମଧ୍ୟରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ବଲାଙ୍ଗୀର ଡାକ୍ତରଖାନା ପାଇଁ ୧୪୫.୬୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ଏହାକୁ ୧୪୨.୪୬ କୋଟି ଟଙ୍କାରେ ଟେଣ୍ଡର ନେଇଛି। ଏହି ହସ୍ପିଟାଲ ମଧ୍ୟ ୨ ବର୍ଷ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି।
ସ୍ବଳ୍ପ ସଞ୍ଚୟ ଅଧିକାରୀ ପଦବୀ ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହି ଅଧିକାରୀମାନଙ୍କୁ ଛୋଟ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଭାବେ ନାମିତ କରାଯିବ। ରାଜ୍ୟ କ୍ୟାବିନେଟ୍‌ ଓଡ଼ିଶା ଟିକସ ଓ ହିସାବ ସେବା ନିୟମ-୨୦୧୧ ସଂଶୋଧନକୁ ଅନୁମୋଦନ କରିଛି। ଏହି ସଂଶୋଧନ ପରେ ଆର୍ଥିକ ସୁପରିଚାଳନା ନିମନ୍ତେ ଏହି ସେବା ନିୟମର ଧାରା (୪) ଉପଧାରା (ଗ) ଅନୁଯାୟୀ ମଞ୍ଜୁରୀ ପ୍ରାପ୍ତ ପଦବୀ ସଂଖ୍ୟା ୭୫୩ର ୨୦ ପ୍ରତିଶତ ପଦବୀରେ
ଓଡ଼ିଶା ଅଧସ୍ତନ ଆର୍ଥିକ ସେବା ବର୍ଗର କର୍ମଚାରୀଙ୍କ ଦ୍ୱାରା ପଦୋନ୍ନତି ମାଧ୍ୟମରେ ୭୩୫ ପଦବୀର ୩୦ ପ୍ରତିଶତ ପଦବୀକୁ ବୃଦ୍ଧି କରାଯାଇ ମଞ୍ଜୁରୀ ପ୍ରାପ୍ତ ପଦବୀରେ ୫୦ ପ୍ରତିଶତରେ ସୀମିତ ରଖାଯାଇଛି। ପଦୋନ୍ନତି ନିମନ୍ତେ ପ୍ରାର୍ଥୀ ନ ଥିଲେ ଉକ୍ତ ପଦବୀଗୁଡ଼ିକୁ ସିଧାସଳଖ ପୂରଣ କରାଯିବ। ପଦୋନ୍ନତି ମାଧ୍ୟମରେ ନିଯୁକ୍ତି ପାଉଥିବା ଓଡ଼ିଶା ଅଧସ୍ତନ ଆର୍ଥିକ ସେବା ବର୍ଗର କର୍ମଚାରୀମାନଙ୍କର ପ୍ରତିନିଧିତ୍ୱକୁ ସୁସଂଗଠିତ କରିବା ପାଇଁ ଉର୍ଦ୍ଦିଷ୍ଟ ପଦବୀଗୁଡିକୁ ସହକାରୀ ବାଣିଜ୍ୟକର ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷକ-ସମୀକ୍ଷା ଅଧୀକ୍ଷକ ଓ କୋଷାଗାରର ହିସାବ ରକ୍ଷକଙ୍କ ମଧ୍ୟରେ ଯଥାକ୍ରମେ ୫:୪:୧ ଅନୁପାତରେ ଆବଣ୍ଟନ କରାଯିବ। ସିଧାସଳଖ ନିଯୁକ୍ତି ପାଉଥିବା ଅଧିକାରୀମାନେ ୨ ବର୍ଷ ପର୍ଯ୍ୟନ୍ତ ପ୍ରୋଗ୍ରେଶନରେ ରହିବେ। ପଦୋନ୍ନତି ମାଧ୍ୟମରେ ନିଯୁକ୍ତି ପାଉଥିବା ଅଧିକାରୀମାନେ ଉକ୍ତ ସେବାରେ ଯୋଗ ଦେବାଠାରୁ ୧ ବର୍ଷ ପର୍ଯ୍ୟନ୍ତ ପ୍ରୋଗ୍ରେସନରେ ରହିବେ।
ରାଜ୍ୟ ସରକାର ଖୋର୍ଦ୍ଧା ଜିଲା ଭୁବନେଶ୍ୱର ତହସିଲ ଅନ୍ତର୍ଗତ ବାଙ୍କୁଆଳ ମଉଜାଠାରେ ଆଞ୍ଚଳିକ ଶିକ୍ଷା ଓ ତାଲିମ ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ମାଗଣାରେ ୨.୪୭୮ ଡିସିମିଲ ସରକାରୀ ଜମି ମାଗଣାରେ ଯୋଗାଇ ଦେବେ। ବର୍ଷକୁ ଟିକସ ଓ ସେଲ୍ସ ବାବଦରେ ୧ ଟଙ୍କା ନେବେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri