Categories: ଫୁରସତ

କ୍ୟାପ୍‌ଶିକମ ଭିତରେ ଜିଅଁନ୍ତା ବେଙ୍ଗ, ଫଟୋ ଭାଇରାଲ

ପନିପରିବାରୁ ପୋକ ବାହାରିବା ସାଧାରଣ ଘଟଣା। ମାତ୍ର କ୍ୟାପ୍‌ଶିକମ୍‌ ଭିତରୁ ଜିଅଁନ୍ତା ବେଙ୍ଗ ବାହାରିବା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କାନାଡାରେ। ଏଠାକାର ଏକ ଦମ୍ପତି କିଛିଦିନ ତଳେ ବଜାରରୁ କିଛି ପରିବା କିଣି ଆଣିଥିଲେ। ରାତିରେ ଡିନର ପ୍ରସ୍ତୁତି ପାଇଁ ପରିବା କାଟୁଥିବା ସମୟରେ ଏକ କ୍ୟାପ୍‌ଶିକମ ଭିତରୁ ଜିଅଁନ୍ତା ବେଙ୍ଗ ବାହାରିଥିଲା। ଏହା ଦେଖି ଦମ୍ପତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ୍ୟୁବେକ୍‌ରେ ରହୁଥିବା ନିକୋନ୍‌ ଗାଗୋନ୍‌ ଏବଂ ଗେରାଡ ବ୍ଲାକବର୍ଣ୍ଣ ଗତ ୯ ତାରିଖରେ ରାତିରେ ରୋଷେଇ କରିବା ପାଇଁ ପରିବା କାଟୁଥିଲେ। ଏହି ସମୟରେ କ୍ୟାପ୍‌ଶିକମ ଭିତରୁ ଜିଅଁନ୍ତା ବେଙ୍ଗ ବାହାରିଥିଲା। ଏହା ଦେଖି ଦମ୍ପତି ଡରି ଯାଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା କ୍ୟାପ୍‌ଶିକମ ଭିତରେ କୌଣସି ରନ୍ଧ୍ର ନ ଥିଲା। ମାତ୍ର ବେଙ୍ଗଟି ଏହା ଭିତରେ କିପରି ରହିଲା ତାହା ଆଶ୍ଚର୍ଯ୍ୟଜନକ। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଲୋକେ କ୍ୟାପ୍‌ଶିକମ ଖାଇବାକୁ ଡରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୋତେ ସବୁ ପରିବା କାଟିବା ସମୟରେ ଏବେ ଡର ଲାଗୁଛି। ଆଉ ଜଣେ ୟୁଜର ଲେଖିଛନ୍ତି, କ୍ୟାପ୍‌ଶିକମ କାଟିବା ସମୟରେ ମନରେ ଭିନ୍ନ ଏକ ଭୟ ଖେଳିଯାଉଛି।

Share