କ୍ୟାନ୍‌ସରରେ ପୀଡ଼ିତ ଗୌରାଙ୍ଗ: ଉଷୋ ଲାଗି ମା’ର ଭତା ଟଁକା ସାହାଭରସା

ଜାମଟିକ୍ରା, ୧୩।୧୨(ଡି.ଏନ.ଏ.)-ବରଗଡ଼ ଜିଲା ଅତାବିରା ବ୍ଳକ ବୁଗବୁଗା ପଁଚେତ୍‌ ଖଲିଆପାଲି ଦୀପଟିକ୍ରାର ଗୌରାଙ୍ଗ ଦୀପ (୪୫)। ସେ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ଯାହା ସଁଚିଥିଲେ ଚିକିଛାରେ ଖରଚ୍‌ କରି ସରବ୍‌ସୁଅଁାତ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ଚିକିଛା ନାଇଁ କରେଇପାରି କରି ଭଗବାନ ଭରସାରେ ପଡ଼ିରହିଛନ୍‌।
ସୂଚନା ଅନ୍‌ସାରେ ଖଲିଆପାଲି ଦୀପଟିକ୍ରାର ଗୌରାଙ୍ଗ ଦୀପ ୧୯୯୮ ସାଲେ କାମ୍‌ଧଁଦା ଖୁଜବାକେ ଯାଇ ପାରାଦୀପରେ ରହିଗଲେ। ସେଠାନେ ସେ କୁଲିମଜୁରି କରି ଦୁଇପଏସା କମାବାର ସଂଗେ ଗୁଟେ ଉନିଅଁା ଜାତିର ଟୁକେଲକେ ବିହା ହେଇ ଘରସଁସାର କରିଥିଲେ। ତାକର ୩ ବଛର୍‌ର ଗୁଟେ ପୁଓ ବି ରହିଛେ। ଗୌରାଙ୍ଗ ଦୁଖ୍‌ସୁଖ କରି କୁଟୁମ ପୁଷୁଥିଲେ। ଇ ସମିଆରେ ତାକର ଟୁଁଡେ ଗୁଟେ ଘା’ ହେଇଥିଲା। ଡାକ୍‌ତର ଦେଖାଲାରୁ କ୍ୟାନ୍‌ସର ହେଇଥିବାର ଯାନ୍‌ବାକେ ପାଇଥିଲେ। ଇ କଥା ଜାନ୍‌ଲା ଉତାରୁ ଗୌରାଙ୍ଗକଁର ମାଏକିନା ଯାଚଶ୍ରୀ ମହାରଣା ଆର ତାହାକୁ ନାଇଁ ପଚାର୍‌ଲେ କି ଘରକେ ଢୁକି ନାଇଁଦେଲେ। ଏନ୍‌ତାଥି ଉପେ ଶୂଇନ୍‌ ଗୌରାଙ୍ଗ ନିଜେ ସଁଚିଥିବାର କେତେ ଟଁକା ଧରି କଟକର ଗୁଟେ ବେସରକାରୀ ଡାକ୍‌ତରଖାନାରେ ପୁହୁଁଚିଥିଲେ। ସେଠାନେ ସେ ୨୦୧୮ ଅଗଷ୍ଟରେ ଅପରେଶନ କଲେ, ହେଲେ କିଛି ଲାଭ ନାଇଁ ହେଲା। ସେ ନିରାଶ ହେଇ ନିଜର ଜନମ ମାଏଟ୍‌କେ ଫିରି ଆଏଲେ। ପଛେ ଗୌରାଙ୍ଗ ବୁର୍ଲା ବଡ଼ ଡାକ୍‌ତରଖାନାରେ ଯାଇ ଦେଖାଲେ। ସେଠାନେ ଡାକ୍‌ତର ଅପରେଶନ ଦରକାର ଆର ଇଥିରଲାଗି ବହୁତ ଟଁକା ଦରକାର ବଲି କହିଥିଲେ। ହେଲେ ଗୌରାଙ୍ଗ ଝନେ ଖଟିଖିଆ ହେଇଥିଲାବେଲେ ଆଗରୁ ଯାହା ସଁଚିଥିଲେ ଚିକିଛାରେ ଖରଚ୍‌ କରି ସରବ୍‌ସୁଅଁାତ ହେଇଛନ୍‌। ଇଆଡ଼େ ଗୌରାଙ୍ଗ ଉନିଆ ଜାତିରେ ବିହାଚୁରା ହେଇଥିବାର ଲାଗି ତାକର ୩ ଭାଇ, ୩ ବହେନ୍‌ ବି ତାହାକୁ ନାଇଁ ପଚ୍‌ରାବାର। ଏନ୍‌ତାଥି ସେ ବୁଢ଼ି ମା’ର ସଂଗେ ରହୁଛନ୍‌। ମା’ ଯେନ୍‌ ଭତା ଟଁକା ପାଉଛନ୍‌ ସେଥ୍‌ରେ ଗୌରାଙ୍ଗ ନିଜର ଉଷୋକଷା କରୁଛନ୍‌। ଅସାହା ଗୌରାଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଚିକିଛା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍‌। ଚିକିଛା ସାହାଯ୍‌ ମିଲ୍‌ରେ ମୋର ଜୀବନ୍‌ଟା ବଁଚି ଯାଏତା ବଲି ସେ ଗୁଲ୍‌ଗୁଲା ହେଇ କହିଛନ୍‌। ଗୌରାଙ୍ଗ ସରକାରୀ ଯୋଜନାରେ ରାଶନ ସାମାନ ପାଉଛନ୍‌। ହେଲେ ଆବାସ ଯୋଜନାରେ ଘରଖଁଡ଼େର ଲାଗି ଗୁହାରି କରିଛନ୍‌। ଇଆଡ଼େ ମା’ ଅପାରୁ ହେବାର ଲାଗି ଗୌରାଙ୍ଗ ରୁଗୀଆ ଅବସ୍‌ତାରେ ବି ତାହାକୁ ରଁାଧିବାଢ଼ି କରି ଖାଏବାକେ ଦେଉଛନ୍‌। ଜିଲା ପରଶାସନ ଇ ଦୁଖି ଗରିବ୍‌ ଉପରେ ଦୁରୁଷ୍‌ଟି ଦେଇ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ବି ଦାବି ହେଉଛେ।