Categories: ଖେଳ

କ୍ୟାନ୍ସର ରୋଗୀଙ୍କ ପାଇଁ କାମ କରିବେ ଯୁବରାଜ

ଚଣ୍ଡିଗଡ, ୧୧।୬: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୯ ବର୍ଷ ଧରି କ୍ରିକେଟ ଜଡିତ ଥିବା ୟୁବି କ୍ରିକେଟରୁ ଅବସର ନେବା ପରେ ଏବେ କ୍ୟାନ୍ସର ରୋଗୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ‘ୟୁ ଉଇ କ୍ୟାନ’ ଫାଉଣ୍ଡେସନ ଜରିଆରେ ଦେଶବ୍ୟାପୀ କ୍ୟାନସର ପୀଡିତ ପାଇଁ କ୍ୟାମ୍ପ କରିବେ ବୋଲି କହିଛନ୍ତି ଯୁବରାଜ। ୨୦୧୧ ବିଶ୍ୱକପ ପରେ ୟୁବିଙ୍କୁ କ୍ୟାନ୍ସର ହୋଇଥିଲା। କ୍ୟାନ୍ସର ସହ ଲଢି ସେ ପୁଣି କ୍ରିକେଟ ମୈଦାନକୁ ଓହ୍ଲାଇଥିଲେ। ଏହାପରେ ସେ ନିଜେ ‘ୟୁ ଉଇ କ୍ୟାନ’ ଫାଉଣ୍ଡେସନ ଆରମ୍ଭ କାରି କ୍ୟାନସର ପୀଡିତଙ୍କୁ ସାହାଯ୍ୟ କରୁଛନ୍ତି।

Share