କ୍ୟାଣ୍ଡେଲ ମସାଜ ଥେରାପି

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଶରୀରକୁ ଫିଟ୍‌ ରଖିବା ଲାଗି ଅଧିକାଂଶ ବିଭିନ୍ନ ମସାଜ ଥେରାପି ଆପଣାଉଥିବା ଦେଖିବାକୁ ମିଳୁଛି। ଯାହା ଭିତରୁ ବର୍ତ୍ତମାନ ଖୁବ୍‌ ଡିମାଣ୍ଡରେ ରହିଛି କ୍ୟାଣ୍ଡେଲ ମସାଜ। ଜାଣିରଖନ୍ତୁ, ସୌନ୍ଦର୍ଯ୍ୟ ସହ ଏହାର ସ୍ବାସ୍ଥ୍ୟ ପ୍ରତି ଥିବା ଉପକାରିତା ସମ୍ପର୍କରେ…
ଲାବେଣ୍ଡର ଏସେନ୍ସିଆଲ କ୍ୟାଣ୍ଡେଲ ମସାଜ ଦ୍ୱାରା ତ୍ୱଚାରେ ଥିବା ଏଜିଂ, ରିଙ୍କଲ ମାର୍କ, ସନ୍‌ବର୍ନ ଆଦି ସମସ୍ୟା ଦୂର ହୋଇଥାଏ। ଏହା ମୁଣ୍ଡବିନ୍ଧା, ବ୍ଲଡ୍‌ପ୍ରେସର ଆଦି କମ୍‌ କରିବାରେ ସାହାଯ୍ୟ କରିଥାଏ।
କୋକା ବଟର ଥେରାପି ତ୍ୱଚାକୁ ସୁନ୍ଦର ଏବଂ ଚିକ୍କଣ ରଖିଥାଏ।
ରୋଜ୍‌ମେରି ଅଏଲ କ୍ୟାଣ୍ଡେଲ ମସାଜ କରିବା ଦ୍ୱାରା ତ୍ୱଚାର ରୁକ୍ଷପଣ ଦୂର ହୋଇଥାଏ ଏବଂ ତାହା ଚିକ୍କଣ ସୁନ୍ଦର ଲାଗିଥାଏ। ତେବେ ଏହା ଡିପ୍ରେଶନ ଦୂର କରିବାରେ ସାହାଯ୍ୟ କରିଥାଏ।
ଲେମନ୍‌ ଆରୋମା କ୍ୟାଣ୍ଡେଲ ମସାଜ ମଧ୍ୟ ସ୍କିନ୍‌ କେୟାର ସହ ମୁଣ୍ଡବିନ୍ଧା ଏବଂ ଆର୍ଥ୍ରାଇଟିସ୍‌ ସମସ୍ୟା କମ୍‌ କରିବାରେ ବେଶ୍‌ ଉପଯୋଗୀ।
ଜୋଜୋବା ଅଏଲ କ୍ୟାଣ୍ଡେଲ ମସାଜ ଥେରାପି ପିଗ୍‌ମେଣ୍ଟଶନ, ତ୍ୱଚାରେ ରିଙ୍କିଲ ମାର୍କ, ବ୍ଲେମିସ୍‌ ଇତ୍ୟାଦି ହ୍ରାସ କରିଥାଏ।
ସାଣ୍ଡେଲ କ୍ୟାଣ୍ଡେଲ ମସାଜ ତ୍ୱଚାର ରୁକ୍ଷପଣ ଦୂର କରିବା ଲାଗି ବେଷ୍ଟ ଉପାୟ। କେବଳ ଏତିକି ନୁହେଁ, ଏହା ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ପ୍ରାକୃତିକ ପେନ୍‌କିଲର ଭଳି କାମ କରିଥାଏ।