କ୍ୟାଟ୍ରିନାଙ୍କ ପୋଷ୍ଟରେ ଅର୍ଜୁନଙ୍କ ମଜାଦାର କମେଣ୍ଟ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ବେଶୀ ଆକ୍ଟିଭ୍‌ ରୁହନ୍ତିନି। କେତେବେଳେ କେମିତି ଫ୍ୟାନମାନଙ୍କ ପାଇଁ କିଛି ଫଟୋ ଶେୟାର କରନ୍ତି। ଏବେ କିଛି ଫଟୋ କ୍ୟାଟ୍ରିନା ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ସମୁଦ୍ର କୂଳରେ ଠିଆ ହୋଇଥିବା ଏକ ଫଟୋ ନଜରକୁ ଆସିଛି। ଏଥିରେ କ୍ୟାଟ୍‌ ବିକ୍‌ନୀ ପିନ୍ଧିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଫଟୋରେ କମେଣ୍ଟ କରିବାକୁ ଭୁଲିନାହାନ୍ତି ଅର୍ଜୁନ କପୁର। ସେ ଲେଖିଛନ୍ତି, ‘ତୁମେ କେଉଁଠିକି ଯାଉଛ? ପୋଜ୍‌ ପାଇଁ ଯେମିତି ଖୁଣ୍ଟରେ ବାଡ଼େଇ ହୋଇ ନ ଯାଅ। ଅର୍ଜୁନଙ୍କୁ କ୍ୟାଟ୍‌ ଉତ୍ତରରେ ଲେଖିଛନ୍ତି, ‘ମୁଁ ଧ୍ୟାନ ରଖିବି’। ଅର୍ଜୁନ କୌଣସି ନା କୌଣସି ସେଲିବ୍ରିଟିଙ୍କ ପୋଷ୍ଟରେ କମେଣ୍ଟ କରିଥାନ୍ତି। କିଛିଦିନ ତଳେ ମଲାଇକା ଆରୋରା ଏକ ଫଟୋ ଶେୟାର କରିଥିଲେ। ସେଥିରେ ମଲାଇକା ଲେଖିଥିଲେ, ୫ ଷ୍ଟେପ୍‌ରେ ମୁଁ କେଶ ବନ୍ଧା ଶିଖିଛି। ଏହାର ଉତ୍ତରରେ ଅର୍ଜୁନ ଲେଖିଥିଲେ ତା’ ପରେ ବି କେଶ ଖୋଲା ରହିଛି। କହିରଖୁଛୁ, କ୍ୟାଟ୍‌ ଏବେ ମେକ୍ସିକୋରେ ଅଛନ୍ତି। ଜୁଲାଇ ୧୬ ଅର୍ଥାତ ମଙ୍ଗଳବାର ତାଙ୍କର ଜନ୍ମଦିନ। ତେଣୁ ସେଠାରେ କ୍ୟାଟ୍‌ ଜନ୍ମଦିନ ପାଳିବେ।

Share