କ୍ୟାଟ୍ରିନାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଭିକ୍କି

ମୁମ୍ବାଇ: ବଲିଉଡ୍‌ର ଗଳି କନ୍ଦିରେ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ଚାଲିଛି। ହେଲେ ଏମାନେ ଏପର୍ଯ୍ୟନ୍ତ ଏସମ୍ପର୍କରେ କିଛି ମନ୍ତବ୍ୟ ଦେଇ ନାହାନ୍ତି। ଏମାନଙ୍କୁ ଦୀପାବଳିରୁ ଆରମ୍ଭ କରି ବିଭିନ୍ନ ବାର୍ଥ ଡେ’ ପାଟିରେ ଏକାଠି ଦେଖିବା ପରେ ଚର୍ଚ୍ଚା ଆହୁରି ବଢିଯାଇଛି। ଅବଶ୍ୟ ନିକଟରେ ଏହି ସମ୍ପର୍କକୁ ନେଇ ଭିକ୍କି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ପର୍ସନାଲ ଲାଇଫକୁ ନେଇ ସେ ସବୁବେଳେ ଖୋଲା। ଏହା ବ୍ୟତୀତ ଆମ ସମ୍ପର୍କକୁ ନେଇ ଏବେ ଯାହା ସବୁ ଆଲୋଚନା ହେଉଛି ତାକୁ ନେଇ ଆଉ ସଫେଇ ଦେବା ଆବଶ୍ୟକ ନାହିଁ। କାରଣ ସେ କେବେ ମିଛ କହିପାରନ୍ତି ନାହିଁ ବୋଲି କହିଛନ୍ତି। ଆଉ ଏଥିରେ କୌଣସି ଷ୍ଟୋରୀ ନାହିଁ ବୋଲି ମଧ୍ୟ ଭିକ୍କି ହସିହସି କହିଛନ୍ତି। ଆଉ ଭଲପାଇବା କଥା ଯଦି ଉଠୁଛି ଏହା ତ ‘ବେଷ୍ଟ ଫିଲିଙ୍ଗ’। ତେବେ କ୍ୟାଟ୍ରିନା ଓ ଭିକ୍କିଙ୍କ ଡେଟିଙ୍ଗ ଖବର ସେବେଠାରୁ ଆରମ୍ଭ ହେଲା ଯେବେ କରନ ଜୋହରଙ୍କ ଚାଟ ଶୋ’ରେ ଭିକ୍କି କ୍ୟାଟ୍ରିନାଙ୍କୁ ପସନ୍ଦ କରନ୍ତି ବୋଲି କହିଥିଲେ। ଏହାପରେ ଏହି ଯୋଡିଙ୍କୁ ବହୁବାର ଏକାଠି ଦେଖିବା ପରେ ଏମାନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri