କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଯୋଜନା କରୁଛି ପାକିସ୍ତାନ: ଭୟରେ ଯୁଦ୍ଧ ପ୍ରସ୍ତୁତି

ଇସ୍‌ଲାମାବାଦ,୨୯ା୮: କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତି ପରେ ପାକିସ୍ତାନର ନିଦ ହଜିଯାଇଛି। ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ସୈନ୍ୟ ଠୁଳ କରି ଥରକୁ ଥର ଆଣବିକ ଅସ୍ତ୍ର ବ୍ୟବହାର ଓ ଯୁଦ୍ଧର ଭୟ ଦେଖାଉଥିବା ପାକିସ୍ତାନ ଏବେ ଭାରତର ସମ୍ଭାବ୍ୟ ଆକ୍ରମଣକୁ ନେଇ ନିଜେ ଛାନିଆ ହୋଇଯାଇଛି। ଏଥିପାଇଁ ଖୁବ୍‌ଶୀଘ୍ର ଆଣବିକ ଅସ୍ତ୍ର ପରୀକ୍ଷା କରିବା ପାଇଁ ପଡ଼ୋଶୀ ଦେଶ ସଜବାଜ ହେଉଛି। ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ ହେବ ବୋଲି ପାକିସ୍ତାନର ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମ୍ମଦଙ୍କ ବୁଧବାର ଭବିଷ୍ୟବାଣୀରୁ ଇସ୍‌ଲାମାବାଦର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି।
ମିଳିଥିବା ସୂଚନାନୁସାରେ ସୀମା ସେପଟେ ପାକିସ୍ତାନୀ ସୈନ୍ୟ ଭାରତ ସହ ଯୁଦ୍ଧ ପାଇଁ ଠୁଳ ହୋଇଛନ୍ତି। କରାଚୀ ନିକଟସ୍ଥ ସୋନମିଆନି ଟେଷ୍ଟ ରେଞ୍ଜରେ ପରୀକ୍ଷା ପାଇଁ ଏକ ଆଣବିକ ଓ କେତେକ ପାରମ୍ପରିକ କ୍ଷେପଣାସ୍ତ୍ର ରଖାଯାଇଛି। ଭାରତ ପଟକୁ ମୁହଁ କରି ରଖାଯାଇଥିବା ପାରମ୍ପରିକ ଯୁଦ୍ଧାସ୍ତ୍ରଗୁଡ଼ିକ ମଧ୍ୟରେ ରହିଛି ହତ୍‌ଫ ୧ (୭୦-୧୦୦ କି.ମି. ରେଞ୍ଜ) ଓ ହତ୍‌ଫ ୨ (ଅବ୍‌ଦାଲି), ଯାହାର ଆକ୍ରମଣ କ୍ଷମତା ୧୮୦ରୁ ୨୦୦ କି.ମି.। ଏହାର ଆଣବିକ କ୍ଷେପଣାସ୍ତ୍ରଗୁଡ଼ିକ ହେଲା ୨୯୦ କି.ମି. ରେଞ୍ଜ୍‌ର ହତ୍‌ଫ ୩ (ଗଜ୍‌ନବୀ) ଏବଂ ହତ୍‌ଫ ୭ (୩୫୦-୭୦୦ କି.ମି. ଆକ୍ରମଣ କ୍ଷମତାସମ୍ପନ୍ନ ବାବର କ୍ରୁଜ୍‌ ମିଶାଇଲ)। ସେହିପରି ହତ୍‌ଫ ୪ (ଶାହିନ ୧- ୭୦୦ କି.ମି.), ଘୌରି ୧ ନାମକ ହତ୍‌ଫ ୫ (୨୫୦-୧୫୦୦ କି.ମି.) ଓ ୧୫୦୦ରୁ ୨୦୦୦ କି.ମି. ଆକ୍ରମଣ କ୍ଷମତାସମ୍ପନ୍ନ ହତ୍‌ଫ୍‌ ୬ (ଶାହିନ୍‌ ୨) କ୍ଷେପଣାସ୍ତ୍ର ମୁତୟନ କରାଯାଇଛି । ପାକିସ୍ତାନ ଏହି କ୍ଷେପଣାସ୍ତ୍ରଗୁଡ଼ିକର ପରୀକ୍ଷଣ ଖୁବ୍‌ଶୀଘ୍ର କରିବା ପାଇଁ ଯୋଜନା କରିଛି। ସେଠାକାର ନୋଟିସ ଟୁ ଏୟାରମେନ୍‌ (ଏନ୍‌ଓଟିଏଏମ୍‌) ଓ ନୌସେନାକୁ ସଜାଗ ରହିବା ପାଇଁ ବୁଧବାର ଆଲର୍ଟ କରାଯାଇଛି। ଅଗଷ୍ଟ ୨୮ ଓ ୩୧ରେ ଭୋର ୪ଟା ୪୦ରୁ ପୂର୍ବାହ୍ନ ୯ଟା ମଧ୍ୟରେ ସାମରିକ ଅଭ୍ୟାସ କରାଯିବ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ପାକିସ୍ତାନ ତା’ର ସମସ୍ତ ମିଶାଇଲ୍‌ ସିଷ୍ଟମ୍‌କୁ ଭାରତରେ ଆକ୍ରମଣ ପାଇଁ ବିକଶିତ କରିଛି। ଏହାସହ ଆଣବିକ ଶକ୍ତି କ୍ଷମତାକୁ ମଧ୍ୟ ବଳ ଦେବାରେ ଲାଗିଛି। ଯୁଦ୍ଧ ହେଲେ ଭାରତ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ଧମକ ଦେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସମେତ ଦେଶର ଶୀର୍ଷ ନେତୃତ୍ୱ ପଛାଉନାହାନ୍ତି।
ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମ୍ମଦ କହିଛନ୍ତି, କଶ୍ମୀରୀଙ୍କ ଭାଗ୍ୟ ଜାତିସଂଘ ନୁହେଁ, ବରଂ ସେମାନେ ନିଜେ ନିର୍ଦ୍ଧାରଣ କରିବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ କଶ୍ମୀରର ମୁକ୍ତି ପାଇଁ ଶେଷ ଯୁଦ୍ଧ କରିବାର ସମୟ ଆସିଯାଇଛି। ଏଥର ଭାରତ ସହ ଚୂଡ଼ାନ୍ତ ଓ ଶେଷ ଯୁଦ୍ଧ ହେବ। ୨୦୧୯ ଶେଷ ସୁଦ୍ଧା ବିଶେଷକରି ଆସନ୍ତା ଅକ୍ଟୋବରରୁ ନଭେମ୍ବର ଭିତରେ ଦୁଇଦେଶ ମଧ୍ୟରେ ନିର୍ଣ୍ଣାୟକ ଯୁଦ୍ଧ ହେବ ବୋଲି ରଶିଦ୍‌ କହିଛନ୍ତି। ତାଙ୍କ ଘୋଷଣା ପରିପ୍ରେକ୍ଷୀରେ ପାକିସ୍ତାନର ଏଭଳି ପ୍ରସ୍ତୁତିକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri