ଇତିହାସ ରଚିଲେ ଓଡ଼ିଆ ଛାତ୍ର ଅଶ୍ୱଥ ନାରାୟଣ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଚଳିତବର୍ଷ ସର୍ବାଧିକ ପଦକ ଜିତି ସ୍ବତନ୍ତ୍ର ସ୍ଥାନ ଅଧିକାର କରିିଛି ଭାରତ। ରୁଷିଆର କାଜାନ୍‌ ସହରରେ ଅନୁଷ୍ଠିତ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତ ଗୋଟିଏ ସ୍ବର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି। କେବଳ ଏତିକି ନୁହେଁ, ୪୮ ଜଣିଆ ଭାରତୀୟ ଟିମ୍‌କୁ ଏଥର ୧୫ ମେଡାଲିୟନ୍ସ ଅଫ୍‌ ଏକ୍ସଲେନ୍ସ ମଧ୍ୟ ମିଳିଛି। ୨୦୧୭ରେ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ୍‌ ପଦକରେ ସୀମିତ ଭାରତୀୟ ଦଳ ଏଥର ପ୍ରଥମଥର ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି। ସବୁଠାରୁ ବଡ଼କଥା ହେଲା ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଯୁବକ ଏସ୍‌ ଅଶ୍ୱଥ ନାରାୟଣ। ୨୫ବର୍ଷୀୟ ଅଶ୍ୱଥ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବାବେଳେ ଭାରତ ପାଇଁ ପ୍ରଥମଥର ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି।
ଦକ୍ଷତା ପ୍ରଦର୍ଶନ କ୍ଷେତ୍ରରେ ବିଶ୍ୱ ମଞ୍ଚରେ ଚଳିତବର୍ଷ ୬୩ ଦେଶର ୧୩୫୦ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସର୍ବୋଚ୍ଚ ପଦକ ଜିତିଛି ଭାରତ। ୨୦୧୭ରେ ୧୧ ମେଡାଲ ଜିତିଥିବା ଭାରତ ଏଥର ୧୯ ମେଡାଲ ଜିତି ରେକର୍ଡ କରିଛି। ମୋଟ ୫୬ ବିଭାଗରେ ହୋଇଥିବା ଏହି ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଥିବା ଓଡ଼ିଶାର ଅଶ୍ୱଥ ଓ୍ବାଟର୍‌ ଟେକ୍ନୋଲୋଜି ବିଭାଗରେ ସାମିଲ ହୋଇଥିଲେ। ତେବେ ସେ ୧୧ ଦେଶର ପ୍ରତିଯୋଗୀଙ୍କ ସହ ପ୍ରତିଯୋଗିତା କରିଥିଲେ। କେବଳ ସ୍ବର୍ଣ୍ଣ ପଦକ ନୁହେଁ, ସେ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ ‘ବେଷ୍ଟ୍‌ ଅଫ୍‌ ନେଶନ’ ବା ଶ୍ରେଷ୍ଠ ପ୍ରତିଯୋଗୀ ହେବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ପ୍ରଥମଥର ପାଇଁ ଓଡ଼ିଶାରୁ ୩ଜଣ ୱାଟର ଟେକ୍‌ନୋଲୋଜି, ଏମ୍‌. କାଡ ଏବଂ ସିଏନ୍‌ସି ଟ୍ରେଡ୍‌ରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ। ଅନ୍ୟପକ୍ଷରେ ୱେବ୍‌ ଟେକ୍ନୋଲୋଜିରେ ଭାରତକୁ ଏକ ରୌପ୍ୟ ମିଳିଥିବାବେଳେ ଜୁଏଲାରୀ ଓ ଗ୍ରାଫିକ୍‌ ଡିଜାଇନ୍‌ ଟେକ୍ନୋଲୋଜିରେ ଦୁଇଟି ବ୍ରୋଞ୍ଜ୍‌ ପଦକ ମିଳିଛି। ଏହାବ୍ୟତୀତ ଆଇଟି ସଫ୍ଟୱେର ସଲ୍ୟୁଶନ ଫର୍‌ ବିଜିନେସ୍‌, ୱେଲ୍‌ଡିଂ, ୱାଲ୍‌ ଆଣ୍ଡ୍‌ ଫ୍ଲୋର ଟାଇଲିଂ, ଅଟୋବଡି ରିପ୍ୟାର୍‌, କାର୍‌ ପେଣ୍ଟିଂ, ଅଟୋମୋବାଇଲ୍‌ ଟେକ୍ନୋଲୋଜି, ବ୍ରିକ୍‌ଲେଇଙ୍ଗ୍‌, ମୋବାଇଲ୍‌ ରୋବୋଟିକ୍ସ, ପାଟିସେରି ଆଣ୍ଡ୍‌ କନ୍‌ଫେକ୍ସନାରୀ, ହେଲ୍‌ଥ୍‌ ଏଣ୍ଡ୍‌ ସୋସିଆଲ୍‌ କେୟାର, ଭିଜୁଆଲ୍‌ ମର୍‌ଚାଣ୍ଡାଇଜିଂ, ବେକରୀ, ଥ୍ରୀ-ଡି ଗେମ୍‌ ଆର୍ଟ, ସାଇବର ସିକ୍ୟୁରିଟି ଏବଂ ମେକାଟ୍ରୋନିକ୍ସରେ ଭାରତ ମୋଟ ୧୫ ମେଡାଲିୟସ୍‌ ଅଫ୍‌ ଏକ୍ସଲେନ୍ସ ପଦକ ହାସଲ କରିଛି। ତେବେ ସି.ଭି. ରମଣ କଲେଜ ଅଫ୍‌ ଇଞ୍ଜିନିୟରିଂରୁ ଇଲୋକ୍‌ଟ୍ରୋନିକ୍ସ ଏବଂ ଇନ୍‌ଷ୍ଟ୍ରୁମେଣ୍ଟେଶନ ଇଞ୍ଜିନିୟରିଂରେ ବି.ଟେକ୍‌ ଶିକ୍ଷା ଲାଭ କରିଥିବା ଅଶ୍ୱଥଙ୍କ ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ସଫଳତା ପାଇଁ ପ୍ରତ୍ୟେକ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଇବା ସହ ୨୦୨୧ରେ ସାଂଘାଇରେ ହେବାକୁଥିବା ପ୍ରତିଯୋଗିତାରେ ଓଡ଼ିଶାର ଅଧିକତର ସଫଳତା କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri