କ୍ଷୁଧାରେ କଟୁଛି ହାତୀଙ୍କ ଜୀବନ

ବେଙ୍ଗାଲୁର,୪।୬: କୋଭିଡ୍‌-୧୯ ଯୋଗୁ ମଣିଷଠାରୁ ଆରମ୍ଭ କରି ସମଗ୍ର ଜୀବଜଗତ ପ୍ରଭାବିତ ହୋଇଛନ୍ତି। ରୋଜଗାର ହରାଇ କୋଟିକୋଟି ଲୋକ ଭୋକ ଉପାସରେ ଜୀବନ କାଟୁଥିବାବେଳେ ପଶୁପକ୍ଷୀମାନେ ମଧ୍ୟ ଏଥିରୁ ବାଦ୍‌ପଡ଼ି ନାହାନ୍ତି। ବିଶେଷକରି ବ୍ୟକ୍ତିଗତ ମାଲିକାନାରେ ଥିବା ହାତୀମାନେ ନାହିଁ ନ ଥିବା ହଇରାଣ ହୋଇଛନ୍ତି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଘରୋଇ ମାଲିକାନାରେ ଥିବା ପ୍ରାୟ ୧୮୨୧ ହାତୀ ଲକ୍‌ଡାଉନ ସମୟରେ ଭୋକିଲା ରହୁଛନ୍ତି। ବିଶେଷଜ୍ଞଙ୍କ ମତରେ ହାତୀ ଭଳି ପ୍ରାଣୀଙ୍କୁ ବ୍ୟକ୍ତିଗତ ମାଲିକାନାରୁ ମୁକ୍ତ କରାଯିବା ଆବଶ୍ୟକ। କାରଣ ବିଭିନ୍ନ ବିପତ୍ତି ସମୟରେ ସେମାନଙ୍କ ଯତ୍ନ ଠିକ୍‌ଭାବେ ନିଆଯାଇ ପାରି ନ ଥାଏ।
ଏପ୍ରିଲ ପ୍ରଥମ ସପ୍ତାହରେ କର୍ନାଟକର ଜଣେ ମାନବାଧିକାର କର୍ମୀ ଏକ ଭିଡିଓ ଭାଇରାଲ କରିଥିଲେ। ଏଥିରେ ଜଣେ ମାହୁନ୍ତ କହୁଛନ୍ତି ଯେ, ଲକ୍‌ଡାଉନ ସମୟରେ କିଛି ଖାଦ୍ୟ ନ ଥିବାରୁ ସେ ତାଙ୍କ ୫୫ବର୍ଷୀୟ ହାତୀକୁ ଖାଇବାକୁ ଦେଇପାରି ନାହାନ୍ତି। ମୁଧୋଲ ଜିଲାର ଏକ ମନ୍ଦିରରେ ୪୦ବର୍ଷ ଧରି ଉକ୍ତ ହାତୀ ରହିଛି। ମନ୍ଦିରକୁ ଆସୁଥିବା ଭକ୍ତମାନେ ଗୁଡ଼, ଆଖୁ, ଫଳମୂଳ ଏବଂ ଧାନ ଖାଇବାକୁ ଦେଇଥାନ୍ତି। ଲକ୍‌ଡାଉନ ଯୋଗୁ ମନ୍ଦିରକୁ ଭକ୍ତଙ୍କ ଆଗମନ ବନ୍ଦ ଥିବାରୁ ହାତୀକୁ ଆଉ କେହି ଖାଇବାକୁ ଦେଉ ନାହାନ୍ତି। ଏପରି କି ଏହାର ମାହୁନ୍ତ ମଧ୍ୟ ବାହାରକୁ ଯାଇ ପାରୁ ନ ଥିବାରୁ ହାତୀ ପାଇଁ ଖାଦ୍ୟ ସଂଗ୍ରହ ମଧ୍ୟ କରିପାରୁ ନାହାନ୍ତି। ଉକ୍ତ ଭିଡିଓରେ ମାହୁନ୍ତ ସହାୟତା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଏହିଭଳି ଅନେକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସବୁ ଭିଡିଓରେ ସହାୟତା ପାଇଁ ନିବେଦନ କରାଯାଉଥିବା ଜଣାପଡ଼ିଛି। ଗୋଆସ୍ଥିତ ଜଙ୍ଗଲ ବୁକ୍‌ ରିସର୍ଟର ମାଲିକ ଜୋସେଫ ବାରିଟୋ ନିଜ ମାଲିକାନାରେ ୫ ହାତୀ ରଖିଛନ୍ତି। ହାତୀଙ୍କୁ ସେ ପର୍ଯ୍ୟଟକଙ୍କ ମନୋରମ ତଥା ଭ୍ରମଣ ପାଇଁ ବ୍ୟବହାର କରିଥାନ୍ତି। ହେଲେ ଏବେ ଲକ୍‌ଡାଉନ ଯୋଗୁ ହୋଟେଲ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ବନ୍ଦ ରହିଛି। ପର୍ଯ୍ୟଟକଙ୍କ ଆଗମନ ନାହିଁ । ତେଣୁ ୫ଟି ହାତୀଙ୍କ ପାଇଁ ଖାଦ୍ୟ ସଂଗ୍ରହ କଷ୍ଟକର ହୋଇପଡ଼ିଛି । ସେ ଏନେଇ ଏକ ଭିଡିଓ ଜାରି କରିବା ସହ ଭୋକିଲା ହାତୀଙ୍କୁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ସେହିପରି ରାଜସ୍ଥାନ ଜୟପୁର ଅମର ଦୁର୍ଗରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶହଶହ ହାତୀ ରହିଥାନ୍ତି। ପର୍ଯ୍ୟଟକମାନେ ହାତୀ ସବାର କରି ଆନନ୍ଦ ଉଠାଇବା ସହ ମାହୁନ୍ତଙ୍କୁ ସେମାନଙ୍କ ପାରିଶ୍ରମିକ ଦେଇଥାନ୍ତି। ଲକ୍‌ଡାଉନ ଯୋଗୁ ସେମାନଙ୍କ ମଧ୍ୟ ସମାନ ଅବସ୍ଥା। ପର୍ଯ୍ୟଟକ ଆସୁ ନ ଥିବାରୁ ରୋଜଗାର ହେଉ ନାହିଁ। ଫଳରେ ହାତୀଙ୍କୁ ଖାଦ୍ୟ ଯୋଗାଇପାରୁ ନାହାନ୍ତି ମାହୁନ୍ତ। କେରଳରେ ମଧ୍ୟ ବ୍ୟକ୍ତିଗତ ମାଲିକାନାରେ ଥିବା ଶହ ଶହ ହାତୀ ଖାଦ୍ୟାଭାବର ଶିକାର ହେଉଛନ୍ତି। ୨୦୧୯ ନଭେମ୍ବର ସୁଦ୍ଧା ଦେଶରେ ମୋଟ ୨,୬୭୫ ବନ୍ଦୀ ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୮୨୧ ହାତୀ ବ୍ୟକ୍ତିଗତ ମାଲିକାନାରେ ରହିଥିବାବେଳେ ବାକି ବିଭିନ୍ନ ରାଜ୍ୟର ବନ ବିଭାଗ ଅଧୀନରେ ରହିଛନ୍ତି ବୋଲି ତାମିଲନାଡ଼ୁର ପ୍ରାଣୀ ମଙ୍ଗଳ କର୍ମୀ ଆଣ୍ଟୋନି କ୍ଲେମେଣ୍ଟ ରୁବୀନ ଆର୍‌ଟିଆଇ ତଥ୍ୟରୁ ଜାଣିବାକୁ ପାଇଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ଅନୁଚ୍ଛେଦ ୧ରେ ହାତୀ ଆସୁଛନ୍ତି, ଯେଉଁଥିରେ କି ସେମାନଙ୍କ ଆବଶ୍ୟକ ସୁରକ୍ଷା ସମ୍ପର୍କରେ କୁହାଯାଇଛି। ଏହା ମଧ୍ୟ ବିଲୁପ୍ତପ୍ରାୟ ପ୍ରାଣୀ ତାଲିକାରେ ଆସୁଛି। ବନ୍ୟ ପ୍ରାଣୀ ସୁରକ୍ଷା ଆଇନର ଧାରା ୧(୫)ରେ ବନ୍ଦୀ ପ୍ରାଣୀ ରଖାଯିବା ନେଇ ଉଲ୍ଲେଖ ରହିଥିବାବେଳେ ଧାରା ୪୦ରେ ହାତୀଙ୍କୁ ରଖିବା ନେଇ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଛି। ମାତ୍ର ବର୍ତ୍ତମାନର ସ୍ଥିତିକୁ ଦେଖିଲେ ବ୍ୟକ୍ତିଗତ ମାଲିକାନାରେ ଥିବା ହାତୀ ଖାଇବାକୁ ପାଉ ନାହାନ୍ତି। ସେମାନଙ୍କୁ ବ୍ୟକ୍ତିଗତ ମାଲିକାନାରେ ରଖିବାକୁ ନ ଦେଇ ବନବିଭାଗକୁ ହସ୍ତାନ୍ତର କରାଯାଇ ବନ ମଧ୍ୟରେ ରଖାଗଲେ ଖାଦ୍ୟ ପାଇବାରୁ ବଞ୍ଚତ୍ତ ହେବେ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri