କ୍ଷୁଦ୍ର ବ୍ୟବସାୟୀଙ୍କୁ ଟିକସ ଛାଡ଼ କରୁନି ଏନ୍‌ଏସି ପ୍ରଶାସନ : ସରକାର, ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି

ଗଞ୍ଜାମ, ୩୦।୩(ଡି.ଏନ୍‌.ଏ.): କରୋନାକୁ ନେଇ ରାଜ୍ୟ ଏବେ ଆତଙ୍କିତ ଅବସ୍ଥାରେ ଗତିକରୁଛି। ସରକାର ଲକ୍‌ଡାଉନ ଘୋଷଣା କରିବା ପରେ ଲୋକେ ଘରୁ ବାହାରିପାରୁ ନାହାନ୍ତି l ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ଜନସାଧାରଣଙ୍କ ସହଯୋଗ ପାଇଁ ଆଗେଇ ଆସିଛନ୍ତି ସରକାର ଓ ଜିଲା ପ୍ରଶାସନ l ଏଥିପାଇଁ ସରକାର ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଆଗୁଆ ୪ ମାସର ଭତ୍ତା ପ୍ରଦାନ କରିସାରିଲେଣି l ବିଭିନ୍ନ ବ୍ୟାଙ୍କ ମଧ୍ୟ ଲୋକଙ୍କ ସୁବିଧା ନିମନ୍ତେ ସହଯୋଗ କରୁଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ସହରକୁ ଆସୁଥିବା କ୍ଷୁଦ୍ର ବ୍ୟବସାୟୀ, ଉଠାଦୋକାନୀ ଓ ପରିବା ବେପାରୀଙ୍କଠାରୁ ଟିକସ ବାବଦରେ ୧୦ ଟଙ୍କା ଆଦାୟ କରୁଛି ଏନ୍‌ଏସି ପ୍ରଶାସନ। ଯାହା ଏଭଳି ପରିସ୍ଥିତିରେ ବେପାରୀଙ୍କୁ ବାଧୁଛି ବୋଲି ପରିବା ବେପାରୀମାନେ ଅଭିଯୋଗ କରୁଛନ୍ତି। ହୋଟେଲ ବନ୍ଦ ଥିବା ଯୋଗୁ ଆଦାୟ ହେଉଥିବା ପରିବା ସରୁନାହିଁ। ଶାଗ ମାଛ ଦରରେ ବିକ୍ରି କରିବାକୁ ପଡ଼ୁଛି। ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି l