କ୍ଷୀର, ଲୁଣର ମିଶ୍ରଣ ବ୍ୟବହାର କଲେ ହେବ ହାତ, ପାଦ ଗୋରା

ବର୍ତ୍ତମାନ ସମୟରେ ସୁନ୍ଦର ହେବା ପାଇଁ ସମସ୍ତଙ୍କ ଇଚ୍ଛା। ବିଶେଷ କରି ମହିଳାମାନେ ନିଜର ତ୍ୱଚାକୁ ନେଇ ବେଶ୍‌ ଯତ୍ନଶୀଳ। ସ୍କ୍ରବ୍‌ ଓ କ୍ଲିନ୍‌ଅପ୍‌ କରାଇବା ସହ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାରକରିବାକୁ ଅନେକ ଭୁଲନ୍ତି ନାହିଁ। ମାତ୍ର ବଦଳୁଥିବା ପରିବେଶ ସାଙ୍ଗକୁ ଦିନଚର୍ଯ୍ୟା ଫଳରେ ତ୍ୱଚାରେ ଚମକପଣ ରହୁନାହିଁ। ଏପରିକି ମୁହଁ ତୁଳନାରେ ହାତ ଓ ଗୋଡ଼ ବେଶି କଳା ପଡ଼ୁଥିବା ଦେଖାଯାଉଛି। ତେବେ କ୍ଷୀର ଏବଂ ସୈନ୍ଧବ ଲବଣ ସାହାର୍ଯ୍ୟରେ ଏଥିରୁ ମୁକ୍ତି ପାଇହେବ। ବ୍ୟବହାର କରିବାର ପ୍ରକ୍ରିୟା ବିଷୟରେ ଜାଣନ୍ତୁ:-
-୨ ଚାମଚ ସୈନ୍ଧବ ଲବଣରେ ୨ ଚାମଚ କଞ୍ଚା କ୍ଷୀର ମିଶାନ୍ତୁ। ଆପଣ ଚାହିଁଲେ ଏଥିରେ ଏକ ଚାମଚ ମହୁ ମଧ୍ୟ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିପାରିବେ। ଏହି ମିଶ୍ରଣଙ୍କୁ ହାତ ଓ ପାଦରେ ଲଗାଇ ହାଲୁକା ମାଲିସ କରନ୍ତୁ। ଏହି ପ୍ରକ୍ରିୟାକୁ କିଛି ଦିନ ଜାରିରଖିବା ପରେ ହାତ ଓ ପାଦ ନରମ ହେବା ସହ ଗୋରା ଦେଖାଯିବ।

– କମଳା ଚୋପାକୁ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ। ଏଥିରେ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ହାତ ଓ ପାଦରେ ଲଗାନ୍ତୁ। ଏହା ଶୁଖିଯିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ଏପରି କରିବାର କିଛି ଦିନ ପରେ ହାତ ଓ ପାଦର ରଙ୍ଗରେ ପରିବର୍ତ୍ତନ ଆସିବ।

-୨ ଚାମଚ ଚନ୍ଦନ ପାଉଡରରେ କ୍ଷୀର, ଲେମ୍ବୁରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ବ୍ୟବହାର କରିପାରିବେ।