Categories: ଜାତୀୟ

କ୍ଷୀର କିଣିବାକୁ ଟଙ୍କା ନ ଥିଲା: ୮ମାସ ଶିଶୁର ତଣ୍ଟି ଚିପି ମାରିଦେଲେ ମା’

କନୌଜ, ୧୨।୭: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଘଟିଛି। ଭୋକିଲା ଶିଶକୁ କ୍ଷୀର କିଣି ଆଣି ଦେଇ ନ ପାରିବାରୁ ଶେଷରେ ନିଜ ଛୁଆର ତଣ୍ଟି ଚିପି ହତ୍ୟା କରିଛନ୍ତି ମା’। ପୋଲିସ ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, କନୌଜରେ ରହୁଥିବା ଶାହିଦ୍‌ଙ୍କ ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ଖରାପ ଥିଲା। ସ୍ତ୍ରୀ ଏବଂ ତିନି ଶିଶୁଙ୍କୁ ଧରି ସେ ରୋଜଗାର ସନ୍ଧାନରେ ମୁମ୍ବାଇ ଆସିଥିଲେ। ହଠାତ୍‌ ଏଠାରେ ତାଙ୍କୁ ଚାକିରି ମିଳି ନ ଥିଲା। ସେମାନଙ୍କୁ ଖାଇବାକୁ ଯୋଗାଇବା ପାଇଁ ଶାହିଦ୍‌ ଅସମର୍ଥ ଥିଲେ। ୨ ପିଲା ମାଗିଯାଚି ଖାଇଦେଉଥିବାବେଳେ ୮ ମାସର ସାନ ପୁଅ ତିନି ଦିନ ହେଲା ଭୋକିଲା ଥିଲେ। ପୁଅ କ୍ଷୀର ପାଇଁ ଡହଳବିକଳ ହେଉଥିବା ଦେଖି ମା’ ତାଙ୍କ ତଣ୍ଟି ଚିପି ଦେଇ ହତ୍ୟା କରିଥିଲେ।

Share