କ୍ଷତି ସହୁଛନ୍ତି ଶୀତଳଭଣ୍ଡାର ଉଦ୍ୟୋଗୀ

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରେ କିଛିବର୍ଷ ତଳେ ଆଳୁ ମିଶନ୍‌ ଆରମ୍ଭ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୀତଳଭଣ୍ଡାର ଖୋଲାଯିବାକୁ ଗୁରୁତ୍ୱ ଦିଆଯାଇଥିଲା। ହେଲେ ଆଳୁ ମିଶନ୍‌ ନେଇ ଆଶା କରାଯାଉଥିବା ଲକ୍ଷ୍ୟ ପୂରଣ ନ ହେବାରୁ ଶୀତଳଭଣ୍ଡାରରେ ନିବେଶ କରିଥିବା ଉଦ୍ୟୋଗୀମାନେ ଧାରାବାହିକ ଭାବେ କ୍ଷତି ସହି ଚାଲିଲେ। ଆଳୁକୁ ବାଦ୍‌ ଦେଇ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଶୀତଳଭଣ୍ଡାରଗୁଡ଼ିକୁ ଯୋଗାଇ ଦିଆଗଲା ନାହିଁ। ଏହା ପରେ ଏବେ ଲକ୍‌ଡାଉନ ଜନିତ କ୍ଷତି ମଧ୍ୟ ଶୀତଳଭଣ୍ଡାରଗୁଡିକ ଉପରେ ପଡିଛି।
ଓଡ଼ିଶା ଶୀତଳଭଣ୍ଡାର ସଂଘର ସଭାପତି ଜନାର୍ଦ୍ଦନ ସାହୁ କହିଛନ୍ତି ଯେ, ପୂର୍ବରୁ ସାମଗ୍ରୀ ଅଭାବରୁ ଶୀତଳଭଣ୍ଡାରଗୁଡ଼ିକ କ୍ଷତି ସହି ଆସୁଥିଲେ। କୌଣସିମତେ କାଁ ଭାଁ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ରହୁଥିଲା। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ଡାଉନ ଜାରି କରାଯାଇଛି। ଏହାଦ୍ୱାରା ଶ୍ରମିକ ମିଳୁ ନାହାନ୍ତି। ତେଣୁ ଭଣ୍ଡାରଗୁଡ଼ିକରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜନାର୍ଦ୍ଦନ କହିଛନ୍ତି।
ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ପ୍ରାୟ ୧୪୦ଟି ଶୀତଳଭଣ୍ଡାର ରହିଛି। ତନ୍ମଧ୍ୟରୁ ୧,୬୫,୦୦୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ମାତ୍ର ୩୩ଟି ଭଣ୍ଡାର କୌଣସି ମତେ କାର୍ଯ୍ୟକ୍ଷମ ହେଉଛି। ୭୫,୦୦୦ ମେଟ୍ରିକ ଟନ୍‌ କ୍ଷମତାବିଶିଷ୍ଟ ୧୫ ଶୀତଳଭଣ୍ଡାର ଅଚଳ ହୋଇଯାଇଛି। କାର୍ଯ୍ୟକ୍ଷମ ହେଉଥିବା ଭଣ୍ଡାରଗୁଡ଼ିକରେ ସେମାନଙ୍କ କ୍ଷମତା ତୁଳନାରେ ମାତ୍ର ୩୫ରୁ ୫୦% କାମରେ ଲାଗୁଛି। ନିକଟ ଅତୀତରେ ପ୍ରତିଷ୍ଠା ହୋଇଥିବା ୪୮ ଶୀତଳଭଣ୍ଡାର ମଧ୍ୟରୁ ୨୦ଟି ଏନ୍‌ପିଏ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୧୫ଟିକୁ ନୋଟିସ ଜାରି କରାଯାଇଛି। ଯଦି ଏବର ସ୍ଥିତି କୁ ବିଚାରକରି ସରକାର କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଉ ୧୫ଟି ଖୁବ୍‌ଶୀଘ୍ର ଏନ୍‌ପିଏ ଅନ୍ତର୍ଭୁକ୍ତ ହେବା ସ୍ପଷ୍ଟ ବୋଲି ସଂଘ କହିଛି। ଏହିପରି ପ୍ରକ୍ରିୟା ଯଦି ଚାଲୁ ରହେ, ତେବେ କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ ମାତ୍ର ୧୦ଟି ଶୀତଳଭଣ୍ଡାର କାର୍ଯ୍ୟ କରିବ। ଏହି ସମସ୍ୟା ସମ୍ପର୍କରେ ସମସ୍ତ ଫୋରମରେ ଦାବି ଉଠାଯାଇଥିଲେ ବି ସରକାର ନିର୍ଦ୍ଦିଷ୍ଟ ଭାବେ କିଛି ପଦକ୍ଷେପ ଗ୍ରହଣ କରି ନ ଥିବା କୁହାଯାଇଛି। କରୋନା ଦ୍ୱାରା ଶୀତଳଭଣ୍ଡାରଗୁଡ଼ିକ ସମ୍ପୂର୍ଣ୍ଣ କ୍ଷତି ସହିବା ପୂର୍ବରୁ ରାଜ୍ୟ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ ବୋଲି ଶୀତଳଭଣ୍ଡାର ଉଦ୍ୟୋଗୀମାନେ ମତ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ସଂଘ ପକ୍ଷରୁ ସମସ୍ତ ସମସ୍ୟା ନେଇ ବିଭିନ୍ନ ଦାବି ସମ୍ବଳିତ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)କୁ ପ୍ରଦାନ କରାଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଶୀତଳ ଭଣ୍ଡାରଗୁଡ଼ିକ ଅଚଳ ହେବା ଦ୍ୱାରା ପ୍ରାୟ ୨୦୦୦ ବ୍ୟକ୍ତିବିଶେଷଙ୍କ ସିଧାସଳଖ ରୋଜଗାର ଉପରେ ପ୍ରଭାବ ପଡ଼ିଛି। ଅନୁରୂପଭାବେ ପରୋକ୍ଷ ଭାବରେ ଏହା ୧୫,୦୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ ହେଉଛନ୍ତି। ବର୍ତ୍ତମାନ ହାତଗଣତି ଶୀତଳଭଣ୍ଡାରଗୁଡିକ ପୂର୍ବାପେକ୍ଷା ଅଧିକ ପରିବହନ ଖର୍ଚ୍ଚ ବହନ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri