କ୍ଷତି ସହୁଛନ୍ତି ଶୀତଳଭଣ୍ଡାର ଉଦ୍ୟୋଗୀ

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରେ କିଛିବର୍ଷ ତଳେ ଆଳୁ ମିଶନ୍‌ ଆରମ୍ଭ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୀତଳଭଣ୍ଡାର ଖୋଲାଯିବାକୁ ଗୁରୁତ୍ୱ ଦିଆଯାଇଥିଲା। ହେଲେ ଆଳୁ ମିଶନ୍‌ ନେଇ ଆଶା କରାଯାଉଥିବା ଲକ୍ଷ୍ୟ ପୂରଣ ନ ହେବାରୁ ଶୀତଳଭଣ୍ଡାରରେ ନିବେଶ କରିଥିବା ଉଦ୍ୟୋଗୀମାନେ ଧାରାବାହିକ ଭାବେ କ୍ଷତି ସହି ଚାଲିଲେ। ଆଳୁକୁ ବାଦ୍‌ ଦେଇ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଶୀତଳଭଣ୍ଡାରଗୁଡ଼ିକୁ ଯୋଗାଇ ଦିଆଗଲା ନାହିଁ। ଏହା ପରେ ଏବେ ଲକ୍‌ଡାଉନ ଜନିତ କ୍ଷତି ମଧ୍ୟ ଶୀତଳଭଣ୍ଡାରଗୁଡିକ ଉପରେ ପଡିଛି।
ଓଡ଼ିଶା ଶୀତଳଭଣ୍ଡାର ସଂଘର ସଭାପତି ଜନାର୍ଦ୍ଦନ ସାହୁ କହିଛନ୍ତି ଯେ, ପୂର୍ବରୁ ସାମଗ୍ରୀ ଅଭାବରୁ ଶୀତଳଭଣ୍ଡାରଗୁଡ଼ିକ କ୍ଷତି ସହି ଆସୁଥିଲେ। କୌଣସିମତେ କାଁ ଭାଁ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ରହୁଥିଲା। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ଡାଉନ ଜାରି କରାଯାଇଛି। ଏହାଦ୍ୱାରା ଶ୍ରମିକ ମିଳୁ ନାହାନ୍ତି। ତେଣୁ ଭଣ୍ଡାରଗୁଡ଼ିକରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜନାର୍ଦ୍ଦନ କହିଛନ୍ତି।
ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ପ୍ରାୟ ୧୪୦ଟି ଶୀତଳଭଣ୍ଡାର ରହିଛି। ତନ୍ମଧ୍ୟରୁ ୧,୬୫,୦୦୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ମାତ୍ର ୩୩ଟି ଭଣ୍ଡାର କୌଣସି ମତେ କାର୍ଯ୍ୟକ୍ଷମ ହେଉଛି। ୭୫,୦୦୦ ମେଟ୍ରିକ ଟନ୍‌ କ୍ଷମତାବିଶିଷ୍ଟ ୧୫ ଶୀତଳଭଣ୍ଡାର ଅଚଳ ହୋଇଯାଇଛି। କାର୍ଯ୍ୟକ୍ଷମ ହେଉଥିବା ଭଣ୍ଡାରଗୁଡ଼ିକରେ ସେମାନଙ୍କ କ୍ଷମତା ତୁଳନାରେ ମାତ୍ର ୩୫ରୁ ୫୦% କାମରେ ଲାଗୁଛି। ନିକଟ ଅତୀତରେ ପ୍ରତିଷ୍ଠା ହୋଇଥିବା ୪୮ ଶୀତଳଭଣ୍ଡାର ମଧ୍ୟରୁ ୨୦ଟି ଏନ୍‌ପିଏ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୧୫ଟିକୁ ନୋଟିସ ଜାରି କରାଯାଇଛି। ଯଦି ଏବର ସ୍ଥିତି କୁ ବିଚାରକରି ସରକାର କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଉ ୧୫ଟି ଖୁବ୍‌ଶୀଘ୍ର ଏନ୍‌ପିଏ ଅନ୍ତର୍ଭୁକ୍ତ ହେବା ସ୍ପଷ୍ଟ ବୋଲି ସଂଘ କହିଛି। ଏହିପରି ପ୍ରକ୍ରିୟା ଯଦି ଚାଲୁ ରହେ, ତେବେ କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ ମାତ୍ର ୧୦ଟି ଶୀତଳଭଣ୍ଡାର କାର୍ଯ୍ୟ କରିବ। ଏହି ସମସ୍ୟା ସମ୍ପର୍କରେ ସମସ୍ତ ଫୋରମରେ ଦାବି ଉଠାଯାଇଥିଲେ ବି ସରକାର ନିର୍ଦ୍ଦିଷ୍ଟ ଭାବେ କିଛି ପଦକ୍ଷେପ ଗ୍ରହଣ କରି ନ ଥିବା କୁହାଯାଇଛି। କରୋନା ଦ୍ୱାରା ଶୀତଳଭଣ୍ଡାରଗୁଡ଼ିକ ସମ୍ପୂର୍ଣ୍ଣ କ୍ଷତି ସହିବା ପୂର୍ବରୁ ରାଜ୍ୟ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ ବୋଲି ଶୀତଳଭଣ୍ଡାର ଉଦ୍ୟୋଗୀମାନେ ମତ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ସଂଘ ପକ୍ଷରୁ ସମସ୍ତ ସମସ୍ୟା ନେଇ ବିଭିନ୍ନ ଦାବି ସମ୍ବଳିତ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)କୁ ପ୍ରଦାନ କରାଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଶୀତଳ ଭଣ୍ଡାରଗୁଡ଼ିକ ଅଚଳ ହେବା ଦ୍ୱାରା ପ୍ରାୟ ୨୦୦୦ ବ୍ୟକ୍ତିବିଶେଷଙ୍କ ସିଧାସଳଖ ରୋଜଗାର ଉପରେ ପ୍ରଭାବ ପଡ଼ିଛି। ଅନୁରୂପଭାବେ ପରୋକ୍ଷ ଭାବରେ ଏହା ୧୫,୦୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ ହେଉଛନ୍ତି। ବର୍ତ୍ତମାନ ହାତଗଣତି ଶୀତଳଭଣ୍ଡାରଗୁଡିକ ପୂର୍ବାପେକ୍ଷା ଅଧିକ ପରିବହନ ଖର୍ଚ୍ଚ ବହନ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri