କ୍ଷତି ସହୁଛନ୍ତି ଦୁଗ୍ଧ ଚାଷୀ

bahanaga- gopalpur milk samabaya samiti photo-2

ବାହାନଗା, ୧୭ା୫(ଡି.ଏନ.ଏ.)-ଲକ୍‌ଡାଉନ ଯୋଗୁ ପୂର୍ବଭଳି ଦୁଗ୍ଧ ବିକ୍ରି ହେଉ ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକର ଦୁଗ୍ଧ ଚାଷୀମାନେ କ୍ଷତି ସହୁଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା କରୁ ନ ଥିବା, ହାତ ସାନିଟାଇଜେଶନ କରୁ ନ ଥିବା ଓ ମାସ୍କ ପିନ୍ଧୁ ନ ଥିବା ଭଳି ମିଥ୍ୟା ଆରୋପ ଲଗାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ବାଲେଶ୍ୱର ଭଦ୍ରକ ଜିଲା ସମବାୟ ଦୁଗ୍ଦ ଉପତ୍ାଦକ ସଂଘ ଲିଃ ଅଧୀନ ବାହାନଗା ବ୍ଲକରେ ଥିବା ଗୋପାଳପୁର ଦୁଗ୍ଧ ଉପତ୍ାଦକ ମହିଳା ସମବାୟ ସମିତି ଲିଃ ବ୍ଲକର ୧୩ ଦୁଗ୍ଧ ଉପତ୍ାଦକ ମହିଳା ସମବାୟ ସମିତି ମାଧ୍ୟମରେ ଲକଡାଉନ୍‌ ପୂର୍ବରୁ ଚାଷୀଙ୍କଠାରୁ ୨ହଜାର ଲିଟର ଦୁଗ୍ଧ ସଂଗ୍ରହ କରୁଥିଲା। ଏବେ ୧୩ଟି ସମିତିରୁ ୧ ହଜାର ଲିଟର ଦୁଗ୍ଧ କମାଇ ଚାଷୀଙ୍କଠାରୁ କିଣାଯାଉଛି। ଫଳରେ ଚାଷୀମାନେ ନାହିଁ ନ ଥିବା କ୍ଷତି ସହୁଛନ୍ତି। ଏନେଇ ୧୩ ଦୁଗ୍ଧ ଉପତ୍ାଦକ ମହିଳା ସମବାୟ ସମିତିର ଚାଷୀମାନେ ଏକାଠି ହୋଇ ସେମାନଙ୍କ ସମସ୍ୟା ଗୋପାଳପୁର ସମିତି କାର୍ଯ୍ୟାଳୟରେ ଜଣାଇଛନ୍ତି। ଗୋପାଳପୁର ସମବାୟ ଦୁଗ୍ଦ ଉପତ୍ାଦକ ସଂଘ ଲିଃ ପକ୍ଷରୁ ୫ ହଜାର ଲିଟର ଦୁଗ୍ଧ ଶୀତଳୀକରଣ ପାଇଁ ମେଶିନ ସ୍ଥାପନ କରାଯାଇଥିବାରୁ ବଳକା ୧ ହଜାର ଲିଟର କ୍ଷୀର କିଣିବା ପାଇଁ ଚାଷୀ ସୃଷ୍ଟି ମହାକୁଡ, ନରହରି ତ୍ରିପାଠୀ, ରବୀନ୍ଦ୍ର ମହାନ୍ତି, କଳ୍ପନା ବେହେରା, ଲକ୍ଷ୍ମଣ କୁମାର ପରିଡା, ସୁନୀଲ ମହାପାତ୍ର, ମହେଶ୍ୱର ମହାପାତ୍ର, ଗଙ୍ଗାଧର ବେହେରା ପ୍ରମୁଖ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?