Categories: ଜାତୀୟ

କ୍ଷତିଗ୍ରସ୍ତଙ୍କ ପାଇଁ କ’ଣ ପଦକ୍ଷେପ ନେଇଛ

ନୂଆଦିଲ୍ଲୀ,୩ା୩ (ପି.ଟି.): ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗାରେ କ୍ଷତିଗ୍ରସ୍ତ ଲୋକମାନଙ୍କ ଚିକିତ୍ସା ଓ ଥଇଥାନ ପାଇଁ କ’ଣ ପଦକ୍ଷେପ ନେଇଛ ରିପୋର୍ଟ ଦାଖଲ କରିବା ଲାଗି ହାଇକୋର୍ଟ ସୋମବାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡି.ଏନ୍‌. ପଟେଲ ଓ ଜଷ୍ଟିସ ସି. ହରିଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦କୁ ଧାର୍ଯ୍ୟ କରିଛନ୍ତି। ଦିଲ୍ଲୀରେ ପୁଣି ଥରେ ଦଙ୍ଗା ସୃଷ୍ଟି ହେବା ନେଇ ରବିବାର ସନ୍ଧ୍ୟାରେ ଗୁଜବ ପ୍ରଚାରିତ ହୋଇଥିଲା। ପୋଲିସ ଏହି ଗୁଜବକୁ ପ୍ରତିହତ କରିବାରେ ସଫଳ ହୋଇଥିବା ସରକାରୀ ଓକିଲ ରାହୁଲ ମେହରା କୋର୍ଟଙ୍କୁ ଜଣାଇଥିଲେ। ଗତ ସପ୍ତାହରେ ଦଙ୍ଗାଜନିତ ମୃତ୍ୟୁସଂଖ୍ୟା ୪୭ରେ ପହଞ୍ଚତ୍ଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଭଙ୍ଗାରୁଜା ଓ ପୋଡାଜଳାରେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିଲା।

Share