Posted inଜାତୀୟ

କ୍ଲିନ୍‌ ଚିଟ୍‌ ନେଇ ନିର୍ବାଚନ କମିଶନ ଦୁଇଫାଳ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ଶେଷ ପର୍ଯ୍ୟାୟ ମତଦାନ ମେ ୧୯ରେ ହେବ। ଏହା ପୂର୍ବରୁ ଆଚରଣ ବିଧି ଉଲ୍ଲଂଘନ ନେଇ କ୍ଲିନ୍‌ ଚିଟ୍‌ ପ୍ରସଙ୍ଗକୁ କେନ୍ଦ୍ରକରି ନିର୍ବାଚନ କମିଶନରେ ମତଭେଦ ଦେଖାଦେଇଛି। ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଏବଂ ନିର୍ବାଚନ କମିଶନ ଅଶୋକ ଲବାସା ମୁହାଁମୁହିଁ ହୋଇଛନ୍ତି। ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଲଗାତାର କ୍ଲିନ୍‌ ଚିଟ୍‌ ଦିଆଯାଉଥିବାବେଳେ ବିରୋଧୀ ଦଳ ସଦସ୍ୟଙ୍କୁ କାହିଁକି କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଉଛି ସେ ନେଇ ଲବାସା ଯୁକ୍ତି ବାଢ଼ିଛନ୍ତି। ଲବାସା ଦେଶର ପରବର୍ତ୍ତୀ ନିର୍ବାଚନ କମିଶନ ଦୌଡ଼ରେ ରହିଛନ୍ତି। ଏପରି ସ୍ଥଳେ ସୁନୀଲ ଏବଂ ଲବାସା ମୁହାଁମୁହିଁ ହେବା ସାଧାରଣ କଥା ନୁହେଁ ବୋଲି କୁହାଯାଉଛି। ଏନେଇ କଂଗ୍ରେସ ସଦସ୍ୟ ରଣଦୀପ୍‌ ସୁରଜୱାଲା ମୁଖ୍ୟ ନିର୍ବାଚନ କମିଶନ ଭାଜପାର ସପକ୍ଷ ନେଉଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦର ମୌସୁମୀ ଅଧିବେଶନ: ୭ଟି ବଡ଼ ବିଲ୍ ଆଗତ କରିବେ ସରକାର; ଗରମ ହେବ ‘ବନ୍ଦେ ମାତରମ୍’ ମୁଦ୍ଦା, ଜାଣନ୍ତୁ କେବେ ଆରମ୍ଭ?

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏବଂ ଏହିଥର କେନ୍ଦ୍ର ସରକାର ଅଧିବେଶନରେ ୭ଟି ବଡ଼ ବିଲ୍ ପେଶ୍ କରିବେ। ଏଥିମଧ୍ୟରୁ ୨ଟି ପୁରୁଣା…

ଆସୁଛି ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍, ଆରବିଆଇ ଜାରି କଲା….

ନୂଆଦିଲ୍ଲୀ,୧୭।୭: ଦେଶରେ ଖୁବ୍‌ଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ମୁଦ୍ରା ବ୍ୟବସ୍ଥାରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ଆଧୁନିକ…

ବଡ଼ ଖୁଲାସା କଲେ ଆମିର ଖାନ୍‌: 3 idiots ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ନୁହେଁ, ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ଶିକ୍ଷାବିତ୍‌ ତଥା ସମାଜସେବୀ ସୋନମ ୱାଙ୍ଗଚୁକ ୨୦ ଦିନ ହେବ ଦିଲ୍ଲୀର ଯନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଓଜନ ମଧ୍ୟ…

ଦେଶରେ ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେତେ ଖାସ୍‌ ଏହି ଟ୍ରେନ୍‌

ନୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶରେ ନିର୍ମିିତ ପ୍ରଥମ ହାଇଡ୍ରୋଜେନ୍‌ ଫ୍ୟୁଏଲ ସେଲ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତ…

ଆନ୍ଧ୍ରପ୍ରଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ୪, ହାଇ ଆଲର୍ଟରେ…

ଅମରାବତୀ,୧୭।୭: ଆନ୍ଧ୍ରରେ ମାଡୁଛି କରୋନା ଭାଇରସ୍ । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରାପାଣ୍ଡିଆନ୍ କହିଛନ୍ତି ଯେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ…

ବଙ୍ଗୋପସାଗରରେ ବୁଡ଼ିଗଲା ଦୁଇ ଡଙ୍ଗା; ୫୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ,୧୭।୭: ମ୍ୟାନମାରରୁ ଯାଇଥିବା ୫୦୦ ରୁ ଅଧିକ ଲୋକ ସମୁଦ୍ରରେ ନିଖୋଜ ହେବାର ଆଶଙ୍କା କରାଯାଉଛି। ଖରାପ ପାଗ ଯୋଗୁ ମ୍ୟାନମାର ଉପକୂଳ ନିକଟରେ ଦୁଇଟି ଡଙ୍ଗା…

ସୋନମ ୱାଙ୍ଗଚୁକଙ୍କ ବିସ୍ଫୋରକ ବୟାନ, ‘ପଦଯାତ୍ରା ସଫଳ ନ ହେଲେ, ମୁଁ ଭୂତ ହୋଇ…’

ନୂଆଦିଲ୍ଲୀ,୧୭।୭: NEET ପେପର ଲିକ୍‌ ଏବଂ ପରୀକ୍ଷା ପ୍ରଣାଳୀରେ ହୋଇଥିବା କଥିତ ଅନିୟମିତତା ପ୍ରତିବାଦରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଶୁକ୍ରବାର ୨୦ତମ ଦିନରେ ପ୍ରବେଶ…

‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୭।୭: ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ଅଙ୍କୁଶ ଲାଗିଛି। ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରଥଯାତ୍ରା ନ ସରିବା ଯାଏ ଫିଲ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri