Categories: ଖେଳ

ମାର୍କେଟକୁ ଆସିଲା ଗେଲ୍‌ଙ୍କ ମୁଦି

ନୂଆଦିଲ୍ଲୀ,୨୨।୨- ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବତନ କିମ୍ବଦନ୍ତୀ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ବିଶ୍ୱରେ ୟୁନିଭର୍ସ ବସ୍‌ ଭାବେ ଜଣାଶୁଣା। ତାଙ୍କର ଏହି ନାମକୁ ସେ ଆଗକୁ ନେବା ପାଇଁ ୟୁନିଭର୍ସ ବସ୍‌ ରିଙ୍ଗ୍‌ (ସୁନାମୁଦି)ର ସୀମିତ ଏଡିଶନ ମାର୍କେଟକୁ ଛାଡ଼ିଛନ୍ତି। ମୁଦିକୁ କଠିନ ସୁନାରେ ତିଆରି କରାଯାଇଛି। ସେଥିରେ ସିଜି (କ୍ରିସ୍‌ ଗେଲ୍‌) ଓ ୟୁନିଭର୍ସ ବସ ଏବଂ ଟେଷ୍ଟ କ୍ରିକେଟ୍‌ରେ ଗେଲଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୩୩୩ ମଧ୍ୟ ଲେଖା ରହିଛି। ମୁଦିରେ ତାଙ୍କ ହସ୍ତାକ୍ଷର ମଧ୍ୟ ସ୍ଥାନ ପାଇଛି। ଗେଲ୍‌ ଏବେ ନ୍ୟୁଜିଲାଣ୍ଡରେ ଅଛନ୍ତି। ସେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟବେଳେ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ତାଙ୍କୁ କମେଣ୍ଟ୍ରି ବକ୍ସରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ଆଗାମୀ ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଖେଳିବ।

Share