କ୍ରିସ୍‌ମାସ ପାଇଁ ପ୍ରସ୍ତୁତ ବେଥଲହମ

ବେଥଲହମ,୨୪।୧୨: ପ୍ରଭୁ ଯୀଶୁଙ୍କ ଜନ୍ମସ୍ଥାନ କୁହାଯାଉଥିବା ବେଥଲହମ କ୍ରିସ୍‌ମାସ ପାଇଁ ବିଶ୍ୱବାସୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ସାରିଲାଣି। ଇସ୍ରାଏଲ କବଜାରେ ଥିବା ଓ୍ବେଷ୍ଟ ବ୍ୟାଙ୍କର ଏହି ଛୋଟ ସହର ଚର୍ଚ୍ଚ ଅଫ୍‌ ନେଟିଭିଟି ଓ ଏହାର ଆଖପାଖରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। କୁହାଯାଏ ଏହି ଚର୍ଚ୍ଚ ଏମିତି ସ୍ଥାନରେ ନିର୍ମାଣ କରାଯାଇଛି ଯେଉଁଠି ଯୀଶୁଙ୍କ ଜନ୍ମ ହୋଇଥିଲା। ଜେରୁଜେଲମର ଲାଟିନ ପର୍ଟିଆର୍କର ଧର୍ମ ପ୍ରଶାସକ ଓ ପଶ୍ଚିମ ଏସିଆର ରୋମାନ କ୍ୟାଥୋଲିକର ବରିଷ୍ଠ ଅଧିକାରୀ ଆର୍ଚବିଶପ ପିୟରବଟିଷ୍ଟା ମଙ୍ଗଳବାର ଜେରୁଜେଲମରୁ ବେଥଲହମ ଆସିବାର କାର୍ଯ୍ୟକ୍ରମ ଥିଲା। ସେ ଚର୍ଚ୍ଚ ଅଫ୍‌ ନେଟିଭିଟିରେ ମଧ୍ୟ ରାତ୍ରିରେ ହେବାକୁ ଥିବା ପ୍ରାର୍ଥନାର ନେତୃତ୍ୱ ନେବେ ବୋଲି ଜଣାପଡିଛି। ପାଲେଷ୍ଟାଇନ ରାଷ୍ଟ୍ରପତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।

Share