କ୍ରିତିଙ୍କ ନିଶ

ମୁମ୍ବାଇ: ବଲିଉଡ୍‌ କମେଡି ସିକ୍ୱେଲ୍‌ ‘ହାଉସ୍‌ଫୁଲ-୪’ରିଲିଜ୍‌ ସମୟ ପାଖେଇ ଆସିଲାଣି। ଏଥିପାଇଁ ଫିଲ୍ମର ସମସ୍ତ ଷ୍ଟାର୍‌କାଷ୍ଟ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହାସହ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି, ଯାହା ଫିଲ୍ମ ପ୍ରତି ଥିବା ଉତ୍ସାହକୁ ଦ୍ୱିଗୁଣିତ କରୁଛି। ନିକଟରେ ଫିଲ୍ମର ‘ବାଲା, ଶୈତାନ୍‌ କା ଶାଲା’ ଗୀତଟି ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏହାରି ମଧ୍ୟରେ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା କ୍ରିତି ସାନନ୍‌ ସୋସିଆଲ ମିଡିଆରେ ଏକ ଗ୍ରୁପ୍‌ ଫଟୋ ଶେୟାାର କରିଛନ୍ତିି। ଫଟୋରେ କ୍ରିତିଙ୍କ ନିଶ ଥିବା ଦେଖିବାକୁ ମିଳିଛି। ସେପଟେ ବାଲାଙ୍କ କିନ୍ତୁ ନିଶ ଗାଏବ ହୋଇଯାଇଛି। ଫଟୋଟି ଶେୟାର କରି କ୍ରିତି ଲେଖିଛନ୍ତି,”ବାଲାଙ୍କ ନିଶ ମୋ ମୁହଁରେ ବେଶି ଭଲ ଦେଖାଯାଉଛି।” ଏହାସହ ଅକ୍ଷୟ, ପୂଜା ହେଗ୍‌ଡେ, ରିତେଶ୍‌, ବବି ଓ କ୍ରିତି ଖରବନ୍ଦା ଅଜବ-ଗଜବ ମୁହଁ କରି ଠିଆ ହୋଇଥିବା ଦେଖିବାକୁ ମିଳିଛି। ତେବେ ପୂରା ଟିମ୍‌ର ଏଭଳି ପ୍ରମୋଶନ୍‌ ସୋସିଆଲ ମିଡିଆରେ ଲୋକଙ୍କୁ ବେଶ୍‌ ଉତ୍ସାହିତ କରୁଛି। ଫିଲ୍ମରେ ବାଲା ଚରିତ୍ରରେ ଅକ୍ଷୟ ନଜରକୁ ଆସିବେ। ୬୦୦ ବର୍ଷ ପୂର୍ବର କାହାଣୀକୁ ନେଇ ପ୍ରସ୍ତୁତ ଏହି ଫିଲ୍ମରେ ଏହି ୬ କପଲ୍‌ଙ୍କ କାହାଣୀ ଦେଖିବାକୁ ମିଳିବ। ପୁନଃଜନ୍ମକୁ ନେଇ ନିର୍ମିତ ଏହି ଫିଲ୍ମରେ ଭରପୂର୍‌ କମେଡି ଓ ଏଣ୍ଟରଟେନ୍‌ମେଣ୍ଟ ରହିଛି। ଫିଲ୍ମ ଆସନ୍ତା ୨୬ରେ ରିଲିଜ୍‌ ହେବ।

Share