କ୍ରିତିଙ୍କୁ କାହା ସହ ଡେଟ୍‌ କରିବାକୁ ଦେଉ ନାହାଁନ୍ତି ବରୁଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ ଏବେ ବିବାହ ଯୋଗ୍ୟା ହୋଇ ଗଲେଣି। ହେଲେ ସେ ଜୀବନରେ କେବେ ବିବାହ କରି ନ ପାରନ୍ତି ବୋଲି ଡରି ଯାଉଛନ୍ତି। ଅସଲ ଘଟଣା ହେଲା ନିକଟରେ କ୍ରିତି କହିଛନ୍ତି ବରୁଣ ଶର୍ମା ତାଙ୍କୁ କେବେବି କାହା ସହ ଡେଟ୍‌ କରିବାକୁ ଦେଉନାହାଁନ୍ତି। ଏଥିରୁ ଅନେକ ଗସିପ୍‌ ଏବେ ସାମ୍ନାକୁ ଆସିଛି। କେହି କେହି କହୁଛନ୍ତି ଏମାନଙ୍କ ମଧ୍ୟରେ ହୁଏତ କିଛି ଭୁଲ୍‌ ବୁଝାମଣା ହୋଇଛି ନଚେତ୍‌ ବରୁଣ କ୍ରିତିଙ୍କୁ ଖୁବ୍‌ ଭଲ ପାଉଥିବାରୁ ଏମିତି କାମ କରିଛନ୍ତି। ସେ ଯାହା ବି ହେଉ ଜଣେ ଅଭିନେତ୍ରୀ ଭାବେ କ୍ରିତି ମଧ୍ୟ ଅନ୍ୟମାନଙ୍କ ଭଳି ଡେଟ୍‌ କରିବାକୁ ଚାହାଁନ୍ତି। ହେଲେ ଏଥିରେ ବାଧକ ସାଜୁଛନ୍ତି ବରୁଣ। ଏବେ ଅବଶ୍ୟ ଏଥିରୁ ଅନୁମାନ କରାଯାଉଛି କି ବରୁଣ ଆଉ କ୍ରିତିଙ୍କୁ ପ୍ରପୋଜ କରି ଦେଇ ନାହାଁନ୍ତି ତ। ସେ ଯାହା ବି ହେଉ ନା କାହିଁକି ଏମାନଙ୍କ ଭିତରେ ଯେ କିଛି ଭିନ୍ନ ସମ୍ପର୍କ ରହିଛି ତାହା ଏଥିରୁ ସ୍ପଷ୍ଟ ହୋଇଛି।

Share