Categories: ଖେଳ

କ୍ରିକେଟ ପାଇଁ ଐତିହାସିକ ଦିନ, ଆଜିର ଦିନରେ ହିଁ ଭାରତ ପାକିସ୍ତାନକୁ ଧୂଳି ଚଟାଇଥିଲା

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଐତିହାସିକ ଦିନ। ଆଜିର ଦିନରେ ହିଁ ଭାରତ ପାକିସ୍ତାକୁ ଧୂଳି ଚଟାଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଜିକୁ ଠିକ୍‌ ୧୨ ବର୍ଷ ପୂର୍ବେ ଅର୍ଥାତ୍‌ ସେପ୍ଟେମ୍ବର ୨୪, ୨୦୦୭ରେ ପାକିସ୍ତାନକୁ ପରାସ୍ତ କରି ପ୍ରଥମ ଟି-୨୦ ବିଶ୍ୱକପକୁ ନିଜ ନାମରେ କରିଥିଲା। ୨୦୦୭ ବିଶ୍ୱକପ୍‌ରେ ଭାରତ ୫୦ ଓଭର୍‌ ବିଶିଷ୍ଟ ବିଶ୍ୱକପ୍‌ର ପ୍ରଥମ ରାଉଣ୍ଡ ବିଦାୟ ନେବାପରେ ଦଳକୁ ବହୁ ସମାଲୋଚନାର ଶିକାର ହୋଇଥିଲା। ଏହାପରେ ଦଳର ଦାୟିତ୍ୱ ଯୁବ କ୍ରିକେଟର୍‌ ମହେନ୍ଦ୍ର ସିଂ ଧୋନୀଙ୍କୁ ଦିଆଯାଇଥିଲା। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ପାଇଁ ଖେଳାଯାଉଥିବା ଟି-୨୦ ବିଶ୍ୱକପରେ ଭାଗ ନେଇଥିଲା। ଏହି ଟୁର୍ନାମେଣ୍ଟ ପାଇଁ ଯୁବ ଭାରତୀୟ ଦଳ ଚୟନ କରାଯାଇଥିଲା। ଭାରତୀୟ ଦଳ ଚାମ୍ପିୟାନ୍‌ ଆଖ୍ୟା ଅର୍ଜନ କରିବ କେହି କଳ୍ପନା ମଧ୍ୟ କରି ନ ଥିଲେ। କିନ୍ତୁ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଶ୍ୱ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଥିଲା। ଫାଇନାଲରେ ଭାରତ ପାକିସ୍ତାନକୁ ମାତ୍ର ୫ ରନ୍‌ରେ ପରାସ୍ତ କରି ବିଶ୍ୱ ବିଜୟୀ ହୋଇଥିଲା। ଫାଇନାଲର ଶେଷ ଓଭରରେ ୧୨ରନ୍‌ ଆବଶ୍ୟକ ଥିବାବେଳେ ଅନଭିଜ୍ଞ ଯୋଗିନ୍ଦର ଶର୍ମାଙ୍କୁ ଦେବା ଧୋନୀଙ୍କ ନେତୃତ୍ୱର ଏକ କଡା ପରୀକ୍ଷା ଥିଲା। ଏଥିରେ ସଫଳ ହୋଇଥିଲେ ଧୋନୀ। ଶେଷ ଓଭରରେ ପାକିସ୍ତାନ ମାତ୍ର ୬ରନ୍‌ କରିପାରିଥିଲା।

Share