Categories: ଖେଳ

କ୍ରିକେଟ ପରେ ଏବେ ଟେନିସରେ ଜଲଓ୍ବା ଦେଖାଇଲେ ଏହି ଖେଳାଳି

ରାଞ୍ଚି,୧୦।୧୧: କ୍ରିକେଟ ମୈଦାନରେ ଅନେକ ଦିନ ଧରି ରାଜ୍‌ କରିବା ପରେ ମହେନ୍ଦ୍ର ସିଂ ଧୋନୀ ଏବେ ଟେନିସ ଜଗତରେ ପାଦ ରଖିଛନ୍ତି। ରାଞ୍ଚିର ଜେଏସସିଏରେ ଚାଲିଥିବା ଟେନିସ୍‌ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ସେ ଦମ୍‌ଦାର୍‌ ବିଜୟ ହାସଲ କରିଛନ୍ତି। ଡବଲ୍ସ ବିଭାଗରେ ଖେଳୁଥିବା ଧୋନୀ ନିଜ ପାର୍ଟନର୍‌ଙ୍କ ସହ ମିଶି ମ୍ୟାଚ୍‌ରେ ୬-୦, ୬-୦ ସେଟ୍‌ରେ ବିପକ୍ଷକୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ରେ ଧୋନୀ ବଳିଦାନ ପ୍ରତୀକ ଚିହ୍ନ ଥିବା ଟି-ଶର୍ଟ ପିନ୍ଧି ଖେଳିଥିଲେ। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ମ୍ୟାଚରେ ବଳିଦାନ ପ୍ରତୀକ ଚିହ୍ନ ଥିବା ବ୍ୟାଜ ପିନ୍ଧି ଖେଳିଥିଲେ। ଯାହାପରେ ଆଇସିସି ଏହି ପ୍ରତୀକ ବ୍ୟବହାର ନ କରିବାକୁ ବିସିସିଆଇକୁ କହିଥିଲା। ଧୋନୀ ଯେଉଁ କିପିଙ୍ଗ ଗ୍ଲୋଭସ ପିନ୍ଧିଥିଲେ, ସେଥିରେ ଇଣ୍ଡିଆନ ପାରା ସ୍ପେଶାଲ ଫୋର୍ସର ପ୍ରତୀକ ଲାଗିଥିଲା, ଯାହାକୁ ବଳିଦାନ ତଥା ତ୍ୟାଗର ପ୍ରତୀକ କୁହାଯାଏ। ଦେଶ ଓ ସେନା ପ୍ରତି ଧୋନୀଙ୍କ ଏହି ଭଲ ପାଇବା ଏବଂ ପାରା-କମାଣ୍ଡୋଙ୍କ ପ୍ରତି ରହିଥିବା ସମ୍ମାନକୁ ପ୍ରଶଂସକ ଜୋରଦାର ସମର୍ଥନ କରିଥିଲେ। ୨୦୧୧ରେ ଧୋନୀଙ୍କୁ ପାରା ରେଜିମେଣ୍ଟ ପକ୍ଷରୁ ସମ୍ମାନ ସ୍ବରୂପ ଲ୍ୟୁଟ୍‌ନାଣ୍ଟ କଲୋନେଲ ର଼୍ୟାଙ୍କ ପ୍ରଦାନ କରାଯାଇଥିଲା।

Share