Categories: ଖେଳ

କ୍ରିକେଟ ପରେ ଏବେ ଏହି ଖେଳରେ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି ବ୍ରାଭୋ

ଚେନ୍ନାଇ, ୨।୭: ଓ୍ବେଷ୍ଟଇଣ୍ଡିଜ ଦଳର ଅଲରାଉଣ୍ଡର ଓ୍ବେନ ବ୍ରାଭୋ କ୍ରିକେଟ ଜଗତରୁ ଅବସର ନେଇସାରିଛନ୍ତି। ଏବେ ସେ କ୍ରିକେଟ ଛାଡି ଶୁଟିଂରେ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି ବ୍ରାଭୋ। ଏବେ ଚେନ୍ନାଇରେ ଛୁଟି କାଟୁଥିବା ବ୍ରାଭୋ ସେଠାରେ ଥିବା ଏକ ଶୁଟିଂ ରେଞ୍ଜରେ ପହଞ୍ଚି ଅଭ୍ୟାସ କରିଥିଲେ। ଭାରତୀୟ ଶୁଟର ଗଗନ ନାରଙ୍ଗ ଏହାର ଏକ ଭିଡିଓ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ବ୍ରାଭୋ ୨୦୧୮ରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇସାରଛନ୍ତି। ଏବେ ସେ କେବଳ ଟି-୨୦ ଲିଜ୍‌ ଖେଳୁଛନ୍ତି। ଆଇପିଏଲରେ ସେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି।

Share