Categories: ଖେଳ

କ୍ରିକେଟ ପରେ ଏବେ ଅଭିନୟରେ ଜଲଓ୍ବା ଦେଖାଇବେ ଯୁବରାଜ ସିଂ

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ କ୍ରିକେଟରୁ ଅବସର ନେବା ପରେ ବିଭିନ୍ନ ଟି୨୦ ଲିଗ୍‌ରେ ନଜର ଆସିଥିଲେ। ଏବେ କ୍ରିକେଟ ଛାଡି ଅଭିନୟ ଜଗତରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ଏକ ଓ୍ବେବ୍‌ ସିରିଜ୍‌ରେ ସ୍ତ୍ରୀ ହେଜେଲ କିଚ୍‌ ଏବଂ ଜୋରାଭର ସିଂଙ୍କ ସହ ନଜର ଆସିବେ ବୋଲି ଜଣାପଡିଛି। ପୂର୍ବରୁ ହେଜେଲ ବଡିଗାର୍ଡ, ବିଲ୍ଲା ଏବଂ ହିର୍‌-ହିରୋ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଆସାମସ୍ଥିତ ’ଡ୍ରିମ୍‌ ହାଉସ୍‌ ପ୍ରଡକସନ୍‌’ ସହଯୋଗରେ ନିର୍ମାଣ କରାଯାଉଥିବା ଏହି ଓ୍ବେବ୍‌ ସିରିଜ୍‌ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜୋରାଭର। ଯୁବରାଜଙ୍କ ମା’ ଶବନମ୍‌ ମଧ୍ୟ ଏହି ଓ୍ବେବ୍‌ ସିରିଜ୍‌ ସହ ଯୋଡି ହୋଇଛନ୍ତି। ୩୮ବର୍ଷୀୟ ଯୁବରାଜ ନିକଟରେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ଲୋକଙ୍କ ଆର୍ଥିକ ସହାୟତା ପାଇଁ ଏକ ଚାରିଟି ମ୍ୟାଚ୍‌ ଖେଳିଥିଲେ।

Share