କ୍ରିକେଟ ଇତିହାସରେ ପ୍ରଥମ ଥର

ମାଞ୍ଚେଷ୍ଟର,୧୧ା୭(ପିଟି)- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ଓପନର ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲି ପ୍ରତ୍ୟେକ ୧ ରନ୍‌ ଲେଖାଏ କରି ଆଉଟ୍‌ ହୋଇଥିଲେ। କୌଣସି ଦଳର ପ୍ରଥମ ୩ ଜଣ ବ୍ୟାଟ୍ସମ୍ୟାନ ୧ ରନ୍‌ କରି ଆଉଟ୍‌ ହେବା ଦନିକିଆ କ୍ରିକେଟ ଇତିହାସରେ ପ୍ରଥମ ଘଟଣା। ପୂର୍ବରୁ କଦାପି କୌଣସି ଦଳର ପ୍ରଥମ ୩ ଜଣ ବ୍ୟାଟ୍ସମ୍ୟାନ ୧ ରନ୍‌ରେ ଆଉଟ୍‌ ହୋଇ ନ ଥିଲେ। ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଭାରତୀୟ ଦଳ ୧୮ ରନ୍‌ରେ ପରାଜୟ ବରଣ କରିଥିଲା। ଲିଗ୍‌ ପର୍ଯ୍ୟାୟରେ ଦଳର ପ୍ରଥମ ୩ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ। ହେଲେ ସେମିଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଫଳ ହୋଇଥିଲେ।

Share