Categories: ଖେଳ

କ୍ରିକେଟ୍‌ କ୍ୟାରିୟରରେ ଆଦୌ ନୋ ବଲ୍‌ ପକାଇ ନ ଥିଲେ ଏହିସବୁ ମହାନ୍‌ ବୋଲର୍‌

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା ଆଜି ବି କାଏମ ରହିଛି। କ୍ରିକେଟରେ ୱାଇଡ, ନୋ-ବଲ, ପକାଇବା ବୋଲରଙ୍କ ପାଇଁ ସାଧାରଣ କଥା। କିନ୍ତୁ ବିଶ୍ୱରେ ଏମିତି କିଛି କ୍ରିକେଟର୍‌ ଅଛନ୍ତି ଯେଉଁମାନେ ନିଜ କ୍ରିକେଟ୍‌ କ୍ୟାରିୟରରେ କେବେ ନୋ-ବଲ୍‌ ପକାଇନାହାନ୍ତି।


କପିଳ ଦେବ
ଭାରତର ପୂର୍ବତନ ଅଲରାଉଣ୍ଡର କପିଳ ଦେବ ନିଜ କ୍ରିକେଟ୍‌ କ୍ୟାରିୟରରେ ଆଦୌ ନୋ-ବଲ୍‌ ପକାଇ ନ ଥିଲେ। ସେ ୧୩୧ଟି ଟେଷ୍ଟ ଏବଂ ୨୨୫ ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ନୋ ବଲ୍‌ ପକାଇ ନ ଥିଲେ।

ଇଆନ ବୋଥାମ

ଇଂଲଣ୍ଡର ଇଆନ ବୋଥାମ ହେଉଛନ୍ତି ବିଶ୍ୱ କ୍ରିକେଟର ଅନ୍ୟତମ ସଫଳ ଅଲ-ରାଉଣ୍ଡର। ୮୦ଦଶକରେ ତାଙ୍କୁ କୁହାଯାଉଥିଲା ଇଂଲିଶ ବାହିନୀର ମ୍ୟାଚ ୱିନର। ଗୋଟିଏ ଟେଷ୍ଟରେ ଶତକ ହାସଲ କରିବା ସହ ୧୦ଟି ଉଇକେଟ ନେବାରେ ଇଆନ ବୋଥାମ ଥିଲେ ବିଶ୍ୱରେ ପ୍ରଥମ କ୍ରିକେଟର। ସେ ନିଜ କ୍ୟାରିୟରରେ ୧୦୨ ଟେଷ୍ଟ ଖେଳି ୩୮୩ ଉଇକେଟ ଓ ୧୧୬ଟି ଏକଦିବସୀୟରୁ ହାସଲ କରିଥିଲେ ୧୪୫ ଉଇକେଟ ନେଇଥିଲେ।

ଇମ୍ରାନ ଖାନ
ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାନ୍‌ କ୍ରିକେଟ କ୍ୟାରିୟର୍‌ରେ ନୋ-ବଲ୍‌ ଫିଙ୍ଗି ନାହାନ୍ତି ଇମ୍ରାନ ଖାନ। ୮୮ଟେଷ୍ଟରୁ ୩୬୨ ଓ ୧୭୫ ଦିନିକିଆ ଖେଳି ୧୮୨ ଉଇକେଟ ନେଇଥିଲେ ଇମ୍ରାନ, କିନ୍ତୁ କେବେ ନୋ ବଲ ପକାଇ ନ ଥିଲେ।

ଡେନିସ ଲିଲି
୭୦-୮୦ଦଶକରେ ଅଷ୍ଟ୍ରେଲିଆ ଦଳର ଜଣେ ଦୁର୍ଦ୍ଦଶ ଫାଷ୍ଟ ବୋଲର ଭାବରେ ଜଣାଶୁଣା ଥିଲେ ଡେନିସ୍‌ ଲିଲି। ୧୩ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଭିତରେ ଗୋଟିଏ ବି ନୋ ବଲ୍‌ ଫିଙ୍ଗି ନ ଥିଲେ। ୭୦ଟି ଟେଷ୍ଟରୁ ୩୫୫ ଉଇକେଟ ଓ ୬୩ ଦିନିକିଆ ଖେଳି ୧୦୩ଟି ଉଇକେଟ ନେଇଥିଲେ।

ଲାନ୍ସ ଗିବ୍ସ
ଓ୍ବେଷ୍ଟଇଣ୍ଡିଜର ସ୍ପିନର୍‌ ଲାନ୍ସ ଗିବ୍ସ ନିଜ କ୍ରିକେଟ କ୍ୟାରିୟରରେ ଆଦୌ ନୋ-ବଲ୍‌ ପକାଇ ନ ଥିଲେ। ସେ ନିଜ ଦେଶ ପାଇଁ ୭୫ଟି ଟେଷ୍ଟ ଏବଂ ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ।

Share