Categories: ଖେଳ

କ୍ରିକେଟ୍‌ ଇତିହାସରେ ଭାରତ ପାଇଁ ଆଜି ସ୍ମରଣୀୟ ଦିନ, ଯାହା ସବୁବେଳେ ମନେ ରହିବ

ଜୁନ ୧୮, ୧୯୮୩, ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ମରଣୀୟ ଦିନ। ଆଜିକୁ ଠିକ୍‌ ୩୭ ବର୍ଷ ପୂର୍ବେ ହରିୟାଣାର ହରିକେନ୍‌ କୁହାଯାଉଥିବା କପିଳ ଦେବ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ପ୍ରଥମ ଶତକ ହାସଲ କରିଥିଲେ।୧୯୮୩ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଏବଂ ଜିମ୍ବାଓ୍ବେ ପରସ୍ପର ଭେଟାଭେଟି ହୋଇଥିଲେ। ପ୍ରଥମ ବିଶ୍ୱକପ ଖେଳୁଥିବା ଜିମ୍ବାୱେ ଦଳ ଭାରତକୁ ଅସୁବିଧାରେ ପକାଇଥିଲେ। ଭାରତର ଚାରିଜଣ ବ୍ୟାଟ୍ସମ୍ୟାନ ମାତ୍ର ୯ ରନରେ ପାଭିଲିୟନକୁ ଫେରିଥିଲେ। ତା’ପରେ ଅଧିନାୟକ କପିଲ ଦେବ ଦେବ ପଡିଆକୁ ଆସିଥିଲେ। ୧୭ ରନ୍‌ରେ ଭାରତକୁ ଆଉ ଏକ ଝଟ୍‌କା ଲାଗିଲା। ପଡିଆରେ ବ୍ୟାଟିଂ କରିବା ସେତେଟା ସହଜ ନ ଥିଲା। କିନ୍ତୁ କପିଳ ଦେବ ଏହାକୁ ଭୁଲ ପ୍ରମାଣିତ କରି ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ପ୍ରଥମ ଶହତ ହାସଲ କରିଥିଲେ। ଫଳରେ ଭାରତ ୬୦ ଓଭରରେ ୮ ଉଇକେଟ୍‌ ହରାଇ ୨୬୬ ରନ କରିବାରେ ସମର୍ଥ ହୋଇଥଲା। ଏହାର ଜବାବରେ ଜିମ୍ବାଓ୍ବେ ଦଳ ମାତ୍ର ୨୩୫ ରନ କରିଥିଲା। ମହାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କରଙ୍କ ଭାଷାରେ. ମୁଁ ଏକଦିବସୀୟ ମ୍ୟାଚ୍‌ରେ ଅନେକ ଶତକ ଦେଖିଛି କିନ୍ତୁ କପିଲ ଦେବଙ୍କ ସେଦିନ ଶତକ ଖାସ୍‌ ଥିଲା।

Share