Categories: ଖେଳ

କ୍ରିକେଟ୍‌ ଅଷ୍ଟ୍ରେଲିଆ କେନ୍ଦ୍ରୀୟ ଚୁକ୍ତିରେ ଲାବୁସେନ୍‌, ବନର୍‌ସ

ମେଲବୋର୍ନ,୩୦।୪(ପି.ଟି.): କ୍ରିକେଟ ଅଷ୍ଟ୍ରେଲିଆ ଗୁରବାର ତା’ର ୨୦ ଜଣିଆ ବାର୍ଷିକ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି। ବରିଷ୍ଠ ବ୍ୟାଟ୍ସମ୍ୟାନ ଉସ୍‌ମାନ ଖ୍ବାଜା ଓ ଶନ୍‌ ମାର୍ଶ ଏହି ଚୁକ୍ତିରୁ ବାଦ୍‌ ପଡିଛନ୍ତି। ତେବେ ଉଦୀୟମାନ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ଓ ଜୋ ବନର୍‌ସଙ୍କ ସମେତ ୬ଜଣ ନବାଗତଙ୍କୁ ଏହି ଚୁକ୍ତିରେ ସାମିଲ କରାଯାଇଛି। ୨୦୨୦-୨୧ ସେସନ ପାଇଁ ମିଚେଲ ମାର୍ଶ, ଲାବୁସେନ, କେନ୍‌ ରିଚାର୍ଡସନ ଓ ମାଥ୍ୟୁ ଓ୍ବେଡ୍‌ ଏହି ଚୁକ୍ତିରେ ସାମିଲ ହୋଇଛନ୍ତି।
ଲାବୁସେନ ଦୃଷ୍ଟାନ୍ତମୂଳକ ଭାବେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ସେହିପରି ବନର୍‌ସ ଜଣେ ଉଚ୍ଚକୋଟୀର ଟେଷ୍ଟ ଖେଳାଳି। ସେହିପରି ଟି୨୦ରେ ଆଷ୍ଟନ ଅଗର ମଧ୍ୟ ବେଶ୍‌ ଅସାଧାରଣ ପ୍ରଦର୍ଶନ କରୁଛନ୍ତି। ସେହିପରି କେନ୍‌ ରିଚାର୍ଡସନ ମଧ୍ୟ ଟି୨୦ ଓ ଦିନିକିଆରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି ବୋଲି ଅଷ୍ଟ୍ରେଲୀୟ ମୁଖ୍ୟ ଚୟନକର୍ତ୍ତା ଟ୍ରେଭୋର ହେନ୍ସ କହିଛନ୍ତି। ୩୩ ବର୍ଷୀୟ ଖ୍ବାଜା ଗତ ୫ ବର୍ଷରେ ପ୍ରଥମଥର ପାଇଁ ଚୁକ୍ତିରୁ ବାଦ୍‌ ପଡିଛନ୍ତି। ଖ୍ବାଜାଙ୍କ ସମେତ ପିଟର ହ୍ୟାଣ୍ଡ୍ସକମ୍ବ, ମାର୍କସ ଷ୍ଟୋଇନିସ୍‌, ନାଥନ କୁଲ୍ଟର- ନାଇଲ, ମାର୍କସ ହାରିସ ଓ ଶନ୍‌ ମାର୍ଶଙ୍କୁ ଏହି ନୂଆ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇନାହିଁ। ଫର୍ମ ନ ଥିବାର କାରଣଣୁ ଏମାନଙ୍କୁ ଚୁକ୍ତିରେ ନିଆଯାଇ ନାହିଁ ବୋଲି କୁହାଯାଇଛି। ସେହିପରି ଆଗାମୀ ଗୋଟିଏ ବର୍ଷ ପାଇଁ ୧୫ ଜଣ ମହିଳା ଖେଳାଳିଙ୍କୁ ମଧ୍ୟ ଚୁକ୍ତିବଦ୍ଧ କରାଯାଇଛି।
ସିଏର ପୁରୁଷ ଚୁକ୍ତି ତାଲିକା:
ଆଷ୍ଟାନ ଅଗର, ଜୋ ବନର୍‌ସ, ଆଲେକ୍ସ କେରୀ, ପ୍ୟାଟ୍‌ କୁମିନ୍ସ, ଆରୋନ ଫିଞ୍ଚ୍‌, ଜୋଶ ହାଜେଲଉଡ, ଟ୍ରାଭିସ ହେଡ, ମାର୍ନସ ଲାବୁସେନ, ନାଥନ ଲିୟନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, ଟିମ୍‌ ପେନ୍‌, ଜେମ୍ସ ପାଟିନସନ, ଜେ ରିଚାର୍ଡସନ, ମିଚେଲ ଷ୍ଟାର୍କ, ମାଥ୍ୟୁ ଓ୍ବେଡ, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।

Share