Categories: ଖେଳ

କ୍ରିକେଟ୍‌ରୁ ବ୍ରେକ୍‌ ନେଲେ ନବୀନ

କାବୁଲ,୭।୧:ଆଫଗାନିସ୍ତାନର ଦ୍ରୁତ ବୋଲର ନବୀନ ଉଲ ହକ କ୍ରିକେଟ୍‌ରୁ ବ୍ରେକ୍‌ ନେଇଛନ୍ତି। ସେ ମାତ୍ର ୭ଟି ଦିନିକିଆରେ ନିଜର ବୋଲିଂ ଯାଦୁ ଦେଖାଇଥିଲେ। କିନ୍ତୁ ଏବେ କ୍ରିକେଟରୁ ବିରତି ନେଇ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେବା ପଛର କାରଣ ଦର୍ଶାଇଛନ୍ତି। ସେ ବିଶ୍ୱକପ ପାଇଁ ମାନସିକ ଏବଂ ଶାରୀରିକ ସ୍ତରରେ ଫିଟ ହେବାକୁ ଚାହୁଁଛନ୍ତି। ନବୀନ ୨୦୧୬ ରେ ନିଜର ଦିନିକିଆ ଡେବ୍ୟୁ କରିଥିଲେ ଏବଂ ଗତ ବର୍ଷ ଜାନୁଆରୀରେ ଶେଷ ଥର ପାଇଁ ଖେଳିଥିଲେ। ସେ ଆଫଗାନିସ୍ତାନ ପାଇଁ ଟି -୨୦ କ୍ରିକେଟ ପାଇଁ ଉପଲବ୍ଧ ହେବେ। ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଇପିଏଲ ଟି -୨୦ ବିଶ୍ୱକପ ୨୦୨୧ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ଟୁର୍ନାମେଣ୍ଟରେ ୫ ଉଇକେଟ ନେଇଥିଲେ।

Share