Posted inଖେଳ

କ୍ରିକେଟ୍‌କୁ ବାଏ ବାଏ କଲେ ଅଭିଷେକ ନାୟାର

ମୁମ୍ବାଇ, ୨୩।୧୦ (ପି.ଟି.)- ମୁମ୍ବାଇ ଦଳର ଭେଟେରାନ ଅଲ୍‌ରାଉଣ୍ଡର ଅଭିଷେକ ନାୟାର ବୁଧବାର କ୍ରିକେଟ୍‌ର ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଓ ଡାହାଣହାତୀ ମଧ୍ୟଗତିର ବୋଲର ଭାରତ ପକ୍ଷରୁ ମଧ୍ୟ ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ। ୨୦୦୯ରେ ଓ୍ବେଷ୍ଟଇଣ୍ଡିଜ ସିରିଜରେ ସେ ପଦାର୍ପଣ କରିଥିଲେ ମଧ୍ୟ ଏହାପରେ ତାଙ୍କୁ ଆଉ ଜାତୀୟ ଦଳରେ ସୁଯୋଗ ମିଳି ନ ଥିଲା। ତେବେ ଘରୋଇ କ୍ରିକେଟ୍‌ରେ ସେ ବେଶ୍‌ ସଫଳତା ପାଇଥିଲେ। ମୁମ୍ବାଇର ସଙ୍କଟମୋଚନ ଭାବେ ପରିଚିତ ନାୟାର ୧୦୩ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୩ ଶତକ ସହାୟତାରେ ୫୭୪୯ ରନ ଓ ବୋଲିଂରେ ୧୭୩ ଉଇକେଟ୍‌ ଅକ୍ତିଆର କରିଛନ୍ତି। ୨୫୯ ତାଙ୍କ ଶ୍ରେଷ୍ଠ ସ୍କୋର ରହିଥିଲା। ସେହିଭଳି ସେ ୯୯ ଲିଷ୍ଟ-ଏ ଓ ୯୫ ଟି୨୦ ମ୍ୟାଚ୍‌ରେ ମୁମ୍ବାଇ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ଲିଷ୍ଟ-ଏ’ରେ ୨୧୪୫ ଓ ଟି୨୦ରେ ୧୨୯୧ ରନ ସଂଗ୍ରହ କରିଥିବାବେଳେ ବୋଲିଂରେ ଯଥାକ୍ରମେ ୭୯ ଓ ୨୭ ଉଇକେଟ୍‌ ନେଇଛନ୍ତି। ସ୍ମରଣୀୟ କ୍ୟାରିୟରରେ ନାୟାର ବିପଦ ସମୟରେ ମୁମ୍ବାଇକୁ ଅନେକ ମ୍ୟାଚ୍‌ରେ ଉଦ୍ଧାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri