Categories: ଖେଳ

କ୍ରିକେଟରଙ୍କ ବିବାହ ଉତ୍ସବରେ ମୋବାଇଲ ଚୋରି

ବାଂଲାଦେଶ ଅଲରାଉଣ୍ଡର ସୌମ୍ୟ ସରକାର ଜୀବନରେ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଦେବନାଥ ପୂଜାଙ୍କ ସହ ବିବାହ କରିଛନ୍ତି। ଏହି ବିବାହ ଉତ୍ସବ ଖୁଲନାଠାରେ ପାରମ୍ପରିକ ରିତିନୀତିରେ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଭିଆଇପି ଓ କ୍ରିକେଟ ଜଗତର କିଛି ଜଣାଶୁଣା ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ୨୭ ବର୍ଷୀୟ ସରକାରଙ୍କ ଜୀବନର ସ୍ମରଣୀୟ ଦିନରେ ଏକ ଅଘଟଣ ଘଟିଥିଲା। ବିବାହ ଉତ୍ସବରେ ୭ଟି ମୋବାଇଲ ଚୋରି ହୋଇଥିଲା। ଏଥିରେ ରହିଥିଲା ସୌମ୍ୟଙ୍କ ବାପାଙ୍କ ମୋବାଇଲ ମଧ୍ୟ ରହିଥିଲା। ଏଥିଯୋଗୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିବାହ ସ୍ଥଳକୁ ପୋଲିସକୁ ଡକାଇବାକୁ ପଡ଼ିଥିଲା। ସେଠାରେ ପୋଲିସ ଚୋରକୁ ଧରିଥିଲା। ମାତ୍ର ଦୋଷୀ କ୍ରିକେଟରଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିଲା। ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ ଉଠାଇବାକୁ ମନା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୧୪ରେ ପଦାର୍ପଣ କରିଥିବା ସୌମ୍ୟ ଏପର୍ଯ୍ୟନ୍ତ ବାଂଲାଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ୧୫ ଟେଷ୍ଟ, ୫୫ ଦିନିକିଆ ଓ ୪୮ ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି।

Share