Posted inଖେଳ

କ୍ରିକେଟରୁ ଅବସର ମିଳିଲେ ପିତାଙ୍କ ସହ ବିଲରେ କାମ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ଭାରତୀୟ ଦ୍ରୁତ ବୋଲର୍‌ ଉମେଶ ଯାଦବ ୧୯୮୭, ଅକ୍ଟୋବର ୨୫ରେ ଉତ୍ତର ପ୍ରଦେଶର ଦେଓରିଆରେ ଏକ ଗରିବ ଘରେ ଜନ୍ମଗ୍ରହଣ କରିଥିଲେ ଉମେଶ। ତାଙ୍କ ପିତା ନାଗପୁର ନିକଟ ଖାପରଖେଡା ଅଞ୍ଚଳରେ ଥିବା ଓ୍ବେଷ୍ଟର୍ଣ୍ଣ କୋଲ ଲିମିଟେଡ୍‌ର କୋଇଲା ଖଣିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଉମେଶଙ୍କ ପିଲାଦିନ ଏହିଠାରେ ହିଁ କଟିଥିଲା। ପିତାଙ୍କ ଲକ୍ଷ୍ୟ ଥିଲା ଦୁଇ ଝିଅ ଏବଂ ଦୁଇ ପୁଅ ମଧ୍ୟରୁ ଜଣେ କେହି କଲେଜ ମାଟି ମାଡୁ। କିନ୍ତୁ ଏହା ହୋଇପାରି ନ ଥିଲା। ପିଲାଦିନେ ଉମେଶଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଶ୍ରମିକ ଭାବେ ପିତାଙ୍କୁ ଖଟୁଥିବାର ଦେଖି ପୋଲିସ କିମ୍ବା ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ ଉମେଶ। କିନ୍ତୁ ୍ର ସାଙ୍ଗଙ୍କ ସହ କ୍ରିକେଟ ଖେଳୁ ଖେଳୁ ଏଥିରେ କ୍ୟାରିୟର ଗଢିବା ପାଇଁ ଚିନ୍ତା କଲେ। ମାତ୍ର ୨୦ ବର୍ଷ ବୟସରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସେ ବିଦର୍ଭ ପାଇଁ ରଣଜୀ ଖେଳିବା ଆରମ୍ଭ କରିଥିଲେ। ୨୦୦୮ରେ ତାଙ୍କୁ ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲ୍ସ ୧୮ ଲକ୍ଷ ଟଙ୍କାରେ କିଣିଥିଲା। ୨୦୧୦ରେ ସେ ଏକଦିବସୀୟ ଏବଂ ୨୦୧୧ରେ ଟେଷ୍ଟରେ ଡେବ୍ୟୁ କରିଥିଲେ। ଆଜିବି କ୍ରିକେଟରୁ ଅବସର ମିଳିରେ ପିତାଙ୍କ ସହ ବିଲରେ କାମ କରନ୍ତି ଉମେଶ। ଏବେ ସେ ଭାରତୀୟ ଦଳର ପ୍ରମୁଖ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri