Categories: ଖେଳ

କ୍ରିକେଟକୁ ମିଳିଲା ନୂଆ ମାଲିଙ୍ଗା: ୭ ରନ୍‌ ଦେଇ ନେଲେ ୬ ଉଇକେଟ୍‌

ଶ୍ରୀଲଙ୍କା ପ୍ରସିଦ୍ଧ ବୋଲର୍‌ ଲାସିଥ୍‌ ମାଲିଙ୍ଗା ନିଜ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଥିବା ମାଲିଙ୍ଗା ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ମାଲିଙ୍ଗାଙ୍କ ସ୍ଥାନ ନେବା ପାଇଁ ଆଉ ଜଣେ ଯୁବ କ୍ରିକେଟର ନିଜକୁ ପ୍ରସ୍ତୁତ କରୁଛନ୍ତି। ସେ ହେଉଛନ୍ତି ମାଥିଶା ପାଥିରାଣା। ମାଲିଙ୍ଗାଙ୍କ ବୋଲିଂ ଆକ୍ସନ ଭଳି ସେ ବୋଲିଂ କରୁଛନ୍ତି। ଶ୍ରୀଲଙ୍କାର ୧୭ବର୍ଷୀୟ ମାଥିଶା ଟ୍ରିନିଟି କଲେଜ ପକ୍ଷରୁ ଏକ ମ୍ୟାଚ୍‌ ଖେଳି ୭ ରନ୍‌ ଦେଇ ୬ଟି ଉଇକେଟ୍‌ ଅକ୍ତିଆର କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାଥିଶା ଶ୍ରୀଲଙ୍କା ଅଣ୍ଡର-୧୯ ଟିମ୍‌ ପକ୍ଷରୁ ଖେଳିସାରିଛନ୍ତି।

Share