Posted inଖେଳ

କ୍ରିକେଟକୁ ଓ୍ବାସିମ ଜାଫରଙ୍କ ଅଲ୍‌ବିଦା

ମୁମ୍ବାଇ,୭ା୩(ପି.ଟି.)- ପୂର୍ବତନ ଭାରତୀୟ ଓପନର ଓ୍ବାସିମ ଜାଫର ଶନିବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଏକ ଯୁଗର ଅବସାନ ଘଟିଛି। ୪୨ ବର୍ଷୀୟ ଜାଫର ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ୩୧ ଟେଷ୍ଟରେ ପ୍ରତିନିଧିତ୍ୱ କରି ୩୪.୧୧ ହାରରେ ୧,୯୪୪ ରନ୍‌ କରିଥିଲେ। ଛୋଟିଆ କ୍ୟାରିୟରରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ରହିଛି। ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୨୧୨। ପ୍ରଥମତଃ ମୁଁ ସବୁକିଛି ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ଭଗବାନ ମୋତେ ଏହି କ୍ରୀଡ଼ାରେ ଖେଳିବା ଲାଗି ପ୍ରତିଭା ଦେଇଥିଲେ। କ୍ରିକେଟ କ୍ୟାରିୟର ଜାରି ରଖିବାକୁ ପରିବାର ବର୍ଗ ମୋତେ ଉତ୍ସାହିତ କରିଥିଲେ। ମୋର ସମସ୍ତ କୋଚ୍‌ଙ୍କୁ ଅନେକ ଅନେକ ଧନ୍ୟବାଦ୍‌। ସ୍କୁଲବେଳେ କୋଚ୍‌ ମୋ ପ୍ରତିଭାକୁ ଚିହ୍ନଟ କରି ଅଧିକ ତୀକ୍ଷ୍ଣ କରିଥିଲେ। ମୋ ଉପରେ ବିଶ୍ୱାସ ଦେଖାଇଥିବାରୁ ଚୟନକର୍ତ୍ତାଙ୍କ ନିକଟରେ ମୁଁ କୃତଜ୍ଞ ବୋଲି ରଣଜୀ ଟ୍ରଫି ଇତିହାସର ସର୍ବାଧିକ ରନ୍‌ କରିଥିବା ଜାଫର କହିଛନ୍ତି। ସେ ଦେଶର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ରଣଜୀ ଟୁର୍ନାମେଣ୍ଟରେ ୧୨ ହଜାର ରନ୍‌ କରିଛନ୍ତି। ସର୍ବାଧିକ ୧୫୦ ରଣଜୀ ମ୍ୟାଚ୍‌ ଖେଳିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ଓ୍ବେଷ୍ଟଇଣ୍ଡିଜରେ ଦ୍ୱିଶତକ ହାସଲ କରିଥିବା ଅଳ୍ପ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜାଫର ଅନ୍ୟତମ। ସେ ସେଣ୍ଟ ଲୁସିଆଠାରେ ୨୧୨ ରନ୍‌ର ଇନିଂସ ଖେଳିଥିଲେ। ସେ କ୍ୟାରିୟରରେ ପ୍ରାୟତଃ ମୁମ୍ବାଇ ପାଇଁ ଖେଳିଥିଲେ। ଗତ ତିନି ସିଜନ ହେଲା ସେ ବିଦର୍ଭ ପାଇଁ ଖେଳୁଥିଲେ। ତାଙ୍କ ପ୍ରତିନିଧିତ୍ୱରେ ବିଦର୍ଭ କ୍ରମାଗତ ଦୁଇ ଥର ରଣଜୀ ଚାମ୍ପିୟନ ହୋଇଥିଲା। ଷ୍ଟାଇଲିଶ ଶଟ୍‌ ଲାଗି ଜଣାଶୁଣା ଜାଫରଙ୍କ କଭର ଡ୍ରାଇଭ ସ୍ବତନ୍ତ୍ର ଥିଲା। ୧୯୯୬-୯୭ ସିଜନରେ ଜାଫର ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ସେ ୨୬୦ ମ୍ୟାଚ୍‌ରେ ୧୯,୪୧୦ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri