Posted inଜାତୀୟ

କ୍ରସ୍‌ଭୋଟିଂ ଉପରେ ନଜର

ନୂଆଦିଲ୍ଲୀ,୯ା୯(ପି.ଟି.): ଉପରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବାବେଳେ ଶାସକ ଏନ୍‌ଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍‌ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବାକୁ ଯାଉଛି। ପାର୍ଲାମେଣ୍ଟର ଉଭୟ ସଦନର ସଦସ୍ୟମାନେ ସଂସଦ ଭବନରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ମତଦାନରେ ଭାଗନେବେ। ସନ୍ଧ୍ୟା ୬ଟାରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁପ୍ତ ବାଲଟ ବ୍ୟବସ୍ଥାରେ ମତଦାନ ହେବାକୁ ଥିବାବେଳେ ଭୋଟ ଦେବା ପାଇଁ ସଦସ୍ୟମାନେ ଦଳୀୟ ହୁଇପ୍‌ ମାନିବାକୁ ବାଧ୍ୟ ନୁହନ୍ତି।
ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌ ସେମାନଙ୍କ ଏମ୍‌ପିମାନଙ୍କୁ ସୋମବାର ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବା ସହ ମକ୍‌ ପୋଲ୍‌ କରାଇଛନ୍ତି। ନିର୍ବାଚନ ନିୟମାବଳୀ ଅନୁଯାୟୀ, ଏମ୍‌ପିମାନଙ୍କୁ ୨ ପ୍ରାର୍ଥୀଙ୍କ ନାମ ଥିବା ବାଲଟ ପେପର ଦିଆଯିବ। ସେମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ପାର୍ଶ୍ୱରେ ‘୧’ ଲେଖିବେ। ସେମାନେ ଭାରତୀୟ, ରୋମାନ୍‌ କିମ୍ବା ଅନ୍ୟ ଅନ୍ତର୍ଜାତୀୟ ଭାଷାରେ ଅଙ୍କରେ ଉକ୍ତ ସଂଖ୍ୟା ଲେଖିବେ, ଅକ୍ଷରରେ ନୁହେଁ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ କଲେଜର ମୋଟ ସଦସ୍ୟ ସଂଖ୍ୟା ୭୮୮। ସେମାନଙ୍କ ମଧ୍ୟରୁ ୨୪୫ ଜଣ ରାଜ୍ୟ ସଭା ଓ ୫୪୩ ଜଣ ଲୋକ ସଭା ସଦସ୍ୟ। ରାଜ୍ୟ ସଭାର ୧୨ ମନୋନୀତ ସଦସ୍ୟ ମଧ୍ୟ ଭୋଟ ଦେବେ। ସମ୍ପ୍ରତି ରାଜ୍ୟ ସଭାରେ ୬ ଏବଂ ଲୋକ ସଭାର ଗୋଟିଏ ଆସନ ଖାଲି ପଡ଼ିଥିବାରୁ ଇଲେକ୍ଟୋରାଲ କଲେଜର ସଦସ୍ୟ ସଂଖ୍ୟା ୭୮୧କୁ ହ୍ରାସ ପାଇଛି। ଏହା ବ୍ୟତୀତ ଓଡ଼ିଶାର ବିଜେଡି ଏବଂ କେ. ଚନ୍ଦ୍ରଶେଖର ରାଓଙ୍କ ବିଆର୍‌ଏସ୍‌ ଭୋଟଦାନରୁ ବିରତ ରହିବେ ବୋଲି ଘୋଷଣା କରିଛନ୍ତି। ଫଳରେ ମୋଟ ୭୭୦ ସଦସ୍ୟ ଭୋଟ ଦେବାକୁ ଥିବାରୁ ନିର୍ବାଚନ ଜିତିବା ପାଇଁ କୁହୁକ ସଂଖ୍ୟା ୩୮୬ ହୋଇଥିବାବେଳେ ଏନ୍‌ଡିଏ ପାଖରେ ୪୨୫ ଏବଂ ବିରୋଧୀ କ୍ୟାମ୍ପ୍‌ରେ ୩୨୪ ସଦସ୍ୟ ରହିଛନ୍ତି। ଶାସକ ଏବଂ ବିରୋଧୀ ମେଣ୍ଟ ବାହାରେ ରହିଥିବା ଓ୍ବାଇଏସ୍‌ଆର୍‌ସିପିର ୧୧ ସଦସ୍ୟ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର ହଠାତ୍‌ ଇସ୍ତଫା ଦେବାରୁ ଏହି ପଦବୀ ପାଇଁ ନିର୍ବାଚନ ଆବଶ୍ୟକ ପଡ଼ିଥିଲା। ଏନ୍‌ଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ୍‌ ତାମିଲନାଡୁର ବରିଷ୍ଠ ଭାଜପା ନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ। ସେହିପରି ବିରୋଧୀ ପ୍ରାର୍ଥୀ ରେଡ୍ଡୀ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ହୋଇଥିବାବେଳେ ତେଲଙ୍ଗାନା ବାସିନ୍ଦା। ସାଲଓ୍ବା ଜୁଡୁମ୍‌ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପାଇଁ ସେ ବେଶ୍‌ ଜଣାଶୁଣା। ଜିତିବା ପାଇଁ ଏନ୍‌ଡିଏ ପାଖରେ ଯଥେଷ୍ଟ ସଂଖ୍ୟା ରହିଥିବାବେଳେ ବିରୋଧୀମାନେ ଏହି ନିର୍ବାଚନକୁ ଆଦର୍ଶଗତ ଲଢ଼େଇ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ରେ ଜଗଦୀପ ଧନ୍‌କର ଏନ୍‌ଡିଏ ସମେତ ଅନ୍ୟ ସମଭାବାପନ୍ନ ଦଳଗୁଡ଼ିକର ସମର୍ଥନ ପାଇ ୩ ଦଶନ୍ଧି ମଧ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତାଙ୍କୁ ପାଖାପାଖି ୭୫ ପ୍ରତିଶତ ଭୋଟ ମିଳିଥିଲା। ତେବେ ଏଥର ଭୋଟ ବ୍ୟବଧାନ ତାହା ତୁଳନାରେ ବହୁତ କମ୍‌ ରହିବ। କ୍ରସ୍‌ ଭୋଟିଂକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ପ୍ରତି ଭୋଟ ଉପରେ ଏନ୍‌ଡିଏ ନଜର ରଖିଛି। ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକର ନେତା ପାର୍ଲାମେଣ୍ଟ କମ୍ପ୍ଲେକ୍ସରେ ଏକାଠି ହୋଇ ଏକତାର ପ୍ରଦର୍ଶନ କରିଛନ୍ତି। କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍‌କେ, ଟିଏମ୍‌ସି, ଆର୍‌ଜେଡି, ଜେଏମ୍‌ଏମ୍‌, ଶିବସେନା (ୟୁବିଟି), ଏନ୍‌ସିପି(ଏସ୍‌ପି), ସିପିଆଇ, ସିପିଆଇ(ଏମ୍‌)ର ଶୀର୍ଷ ନେତାମାନେ ସମ୍ବିଧାନ ସଦନର ସେଣ୍ଟ୍ରାଲ ହଲ୍‌ରେ ଏକାଠି ହୋଇଥିଲେ। ବିରୋଧୀ ଏମ୍‌ପିମାନଙ୍କୁ ଭୋଟଦାନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଯାଇଥିଲା। ଗତଥର କେତେକ ଭୋଟ ନାକଚ ହୋଇଯାଇଥିବାରୁ ଏଥର ଯେପରି ଗୋଟିଏ ଭୋଟ ନଷ୍ଟ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ବିରୋଧୀ ଏମ୍‌ପିମାନଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri