କ୍ରମାଗତ କମୁଛି ହସ୍ତତନ୍ତ ସାମଗ୍ରୀ ରପ୍ତାନି: ୨ ବର୍ଷରେ ୨୩୫ କୋଟିରୁ ୭ଲକ୍ଷ ଟଙ୍କାକୁ ଖସିଲା

ଭୁବନେଶ୍ୱର,୨।୩(ବ୍ୟୁରୋ): ଅନ୍ତର୍ଜାତୀୟ ବଜାରରେ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପର ଲୋକପ୍ରିୟତା ବଢୁଛି। ତାରକସୀ କାମ ସହ ପଥର ମୂର୍ତ୍ତି, ପିପିଲି ଚାନ୍ଦୁଆ ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀର ଚାହିଦା ରହିଛି। ଏହାସତ୍ତ୍ୱେ ହସ୍ତତନ୍ତ ସାମଗ୍ରୀ ରପ୍ତାନି କରିବାରେ ବିଫଳ ହେଉଛନ୍ତି ସରକାର। ପୂର୍ବରୁ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନିକୁ ନେଇ ନାନା ସମସ୍ୟା ସୃଷ୍ଟି ହେଉଥିବାବେଳେ ଏବେ କ୍ରମାଗତ ଭାବେ ହସ୍ତତନ୍ତ ସାମଗ୍ରୀ ରପ୍ତାନି କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ଟସର୍‌ ଓ ସିଲ୍କ କପଡ଼ା ଉତ୍ପାଦନରେ ମଧ୍ୟ ଓଡ଼ିଶା ଦିନକୁ ଦିନ ପଛକୁ ଯାଉଛି। ରିପୋର୍ଟ ଅନୁସାରେ, ବିଶ୍ୱର ୧୭ ରାଷ୍ଟ୍ରକୁ ଓଡ଼ିଶା ତା’ର ହସ୍ତତନ୍ତ ସାମଗ୍ରୀ ରପ୍ତାନି କରୁଛି। ୨୦୧୬-୧୭ ଆଥର୍ର୍ତ୍କ ବର୍ଷରେ ଓଡ଼ିଶାରୁ ବିଦେଶକୁ ୨୩୫ କୋଟିରୁ ଅଧିକ ଟଙ୍କାର ହସ୍ତତନ୍ତ ସାମଗ୍ରୀ ରପ୍ତାନି ହୋଇଥିଲା। ୨୦୧୭-୧୮ରେ ଏହା ହଠାତ୍‌ ୫୩ ଲକ୍ଷ ଟଙ୍କାକୁ ଖସିଆସିଥିବାବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ମାତ୍ର ୭ଲକ୍ଷ ଟଙ୍କାର ହସ୍ତତନ୍ତ ସାମଗ୍ରୀ ଓଡ଼ିଶା ରପ୍ତାନି କରିଛି।

ବୟନଶିଳ୍ପ: ରପ୍ତାନି ବଢ଼ିଛି, ଉତ୍ପାଦନ କମିଛି:

ଅନ୍ୟପକ୍ଷରେ ବୟନଶିଳ୍ପ ବା ଟେକ୍ସଟାଇଲ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ୨୦୧୧-୧୨ ଆର୍ଥିକ ବର୍ଷରେ ଓଡ଼ିଶାରୁ ମାତ୍ର ୧ଲକ୍ଷ ଟଙ୍କାର ବୟନ ସାମଗ୍ରୀ ବିଦେଶକୁ ଯାଉଥିବାବେଳେ ୨୦୧୮-୧୯ରେ ଏହି ପରିମାଣ ୭୪ କୋଟି ୧୪ ଲକ୍ଷରେ ପହଞ୍ଚତ୍ଛି। ୨୦୧୯-୨୦ ବର୍ଷରେ ୬୩,୨୨୩ ବୁଣାକାର ପରିବାର ରହିଥିବାବେଳେ ୪୭,୬୨୫ଟି ତନ୍ତ ରହିଛି। ରାଜ୍ୟରେ ୧୧୫୬ ପ୍ରାଥମିକ ବୁଣାକାର ସମବାୟ ସମିତି ଥିବାବେଳେ ଏଥିରୁ ମାତ୍ର ୪୭୯ କାର୍ଯ୍ୟକ୍ଷମ ହେଉଛି। ୨୦୧୭-୧୮ ବର୍ଷରେ ବୁଣାକାର ସମବାୟ ସମିତିଗୁଡ଼ିକ ମାଧ୍ୟମରେ ତନ୍ତ ପିଛା ବାର୍ଷିକ ହାରାହାରି ୪୧୬ ବର୍ଗମିଟର ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହେଇଥିବାବେଳେ ୨୦୧୮-୧୯ ବର୍ଷରେ ଏହା ହ୍ରାସ ପାଇ ୩୭୮ ବର୍ଗମିଟରରେ ପହଞ୍ଚତ୍ଛି। ସେହିଭଳି ଟସର୍‌ ଓ ସିଲ୍କ କପଡ଼ା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ପଛକୁ ଯାଇଛି। ଦେଶରେ ବୟନଶିଳ୍ପ ଓ ପୋଷାକ ଉତ୍ପାଦନ କ୍ଷେତ୍ରରେ ୨୮ ଲକ୍ଷ ୬୮ ହଜାରରୁ ଅଧିକ ଲୋକ କାମ କରୁଥିବାବେଳେ ୨୦୧୭-୧୮ ସୁଦ୍ଧା ଓଡ଼ିଶାରେ ଏ କ୍ଷେତ୍ରରେ ମାତ୍ର ୩୮୪୯ଜଣ ନିଯୁକ୍ତି ପାଇଥିବା ରିପୋର୍ଟରୁ ଜଣାପଡିଛି।

କଞ୍ଚାମାଲ୍‌ ଅଭାବରୁ ପଥର ଶିଳ୍ପ ଗୁରୁତର ପ୍ରଭାବିତ:ହସ୍ତଶିଳ୍ପ ସାମଗ୍ରୀ କ୍ଷେତ୍ରର ସ୍ଥିତି ବି ସେମିତି

ହସ୍ତତନ୍ତ ଭଳି ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି ମଧ୍ୟ କମିବାରେ ଲାଗିଛି। ୨୦୧୬-୧୭ରେ ୨ କୋଟି ୭୩ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ବିଦେଶକୁ ରପ୍ତାନି ହୋଇଥିବାବେଳେ ୨୦୧୭-୧୮ରେ ୧ କୋଟି ୬୩ ଲକ୍ଷ ଓ ୨୦୧୮-୧୯ରେ ୧ କୋଟି ୩୯ ଲକ୍ଷ ଟଙ୍କାର ସାମଗ୍ରୀ ଦେଶ ବାହାରକୁ ଯାଇଛି। ହସ୍ତଶିଳ୍ପ ମଧ୍ୟରେ କାଁ ଭାଁ ଡୋକ୍ରା କଳା ଓ ଟ୍ରାଇବାଲ ଜୁଏଲାରୀ ବିଦେଶକୁ ରପ୍ତାନି ହେଉଛି। ସବୁଠାରୁ ବଡ଼କଥା ହେଲା, ବିଦେଶରେ ଓଡ଼ିଶାର ପଥର କାରୁକାର୍ଯ୍ୟ ସାମଗ୍ରୀର ଚାହିଦା ରହୁଥିବାବେଳେ ଏହାର ରପ୍ତାନି ଏକପ୍ରକାର ଠପ୍‌ ହୋଇଯାଇଛି। ମୂର୍ତ୍ତି ତିଆରି ପାଇଁ ଶିଳ୍ପୀଙ୍କୁ କଞ୍ଚାମାଲ ମିଳୁ ନ ଥିବାରୁ ଏଭଳି ସ୍ଥିିତି ଉପୁଜିଛି। ବିଶେଷକରି ସାହାଣ ପଥର, ଖଡ଼ି ପଥର ଓ ମୁଗୁନି ପଥର ଆଉ ନ ମିଳିବାରୁ ଅଧିକାଂଶ ଶିଳ୍ପୀ ରାଜସ୍ଥାନ, କଲିକତା ଭଳି ସ୍ଥାନକୁ ଚାଲିଯାଉଛନ୍ତି। ଖୋର୍ଦ୍ଧା ତାପଙ୍ଗ, ବାଲେଶ୍ୱରର ନୀଳଗିରି, ମୟୂରଭଞ୍ଜର କେଶନା ଓ କେନ୍ଦୁଝରର ବଡ଼ବିଲରେ ଥିବା ଏହି ଖଣିଗୁଡ଼ିକୁ ରାଜ୍ୟ ସରକାର ଆଉ ଲିଜ୍‌ ଦେଉ ନ ଥିବାରୁ ଶିଳ୍ପୀମାନେ ପେସା ଛାଡ଼ୁଥିବା ଓଡ଼ିଶା ଶିଳ୍ପୀ ମହାସଂଘ ସଭାପତି ଉଦୟ ମହାନ୍ତି ଅଭିଯୋଗ କରିଛନ୍ତି।

ବୁଣାକାରଙ୍କୁ ସରକାରୀ ସହଯୋଗ, ପ୍ରଶିକ୍ଷଣ ଆବଶ୍ୟକ

ହସ୍ତତନ୍ତରେ ମଧ୍ୟ ବୁଣାକାରଙ୍କୁ କଞ୍ଚାମାଲ୍‌ ଅଭାବ ସମସ୍ୟା ଘାରିଛି। ନ୍ୟାଶନାଲ ହ୍ୟାଣ୍ଡଲୁମ୍‌ ଡେଭ୍‌ଲପ୍‌ମେଣ୍ଟ କର୍ପୋରେଶନରୁ ସୂତା ନ କିଣିଲେ ରିହାତି ମିଳୁ ନ ଥିବାରୁ ଏହା ବୁଣାକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସେହିଭଳି ଟସର ଖୋସା ବର୍ଷକୁ ମାତ୍ର ଦୁଇଥର ନିଲାମ ହେଉଛି। ଫଳରେ ସେହି ନିର୍ଦ୍ଦିଷ୍ଟ ସମୟରେ ଅଧିକାଂଶ ଗରିବ ବୁଣାକାର ଅର୍ଥାଭାବରୁ ଟସର କିଣିପାରୁନାହାନ୍ତି। ଏହାବ୍ୟତୀତ ଇଣ୍ଟରନ୍ୟାଶନାଲ ଷ୍ଟାଣ୍ଡାର୍ଡ ଅନୁଯାୟୀ ଡିଜାଇନ୍‌ ବିକାଶ କରିବାକୁ ବୁଣାକାରଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଉ ନ ଥିବାରୁ ଏହା ପ୍ରମୁଖ ସମସ୍ୟା ସୃଷ୍ଟି କରୁଛି। ବର୍ତ୍ତମାନର ଅତ୍ୟାଧୁନିକ ପ୍ରଯୁକ୍ତବିଦ୍ୟା ଏବଂ ଇ-ମାର୍କେଟିଂ ଯୁଗରେ ବୁଣାକାରମାନେ ନିଜ ସାମଗ୍ରୀକୁ କିଭଳି ଦେଶ ବାହାରକୁ ପଠାଇପାରିବେ ସେନେଇ ସଚେତନତା, ସହଯୋଗ ଓ ପ୍ରଶିକ୍ଷଣର ଆବଶ୍ୟକତା ରହିଥିବା ଓଡ଼ିଶା ଶିଳ୍ପୀ ମହାସଂଘ ସମ୍ପାଦକ ପ୍ରିୟରଞ୍ଜନ କର କହିଛନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri