କ୍ରଞ୍ଚି ଭେଜ୍‌

ଖାଦ୍ୟାବଳୀରେ ଏବେ ଷ୍ଟାର୍ଟର ଭାରି ପସନ୍ଦଯୋଗ୍ୟ ହେଉଛି। ମେନ୍‌କୋର୍ସକୁ ଯିବା ଆଗରୁ ଏଭଳି କିଛି ଷ୍ଟାର୍ଟର ଯାହା ପେଟ ଭରି ଦେଉଛି। କ୍ରିସ୍ପି ସ୍ବାଦକୁ ପନିର ଓ ଆଳୁର ମିଠା ଅଂଶ କ୍ରଞ୍ଚି ଭେଜ୍‌ ଭାରି ପସନ୍ଦଯୋଗ୍ୟ ହୋଇପାରିଛି। ଏହାକୁ ସହଜରେ ଘରେ ବି ପ୍ରସ୍ତୁତ କରିହେବ। ଓଡ଼ିଆଣୀ ରେସ୍ତୋରଁ।ର ଶେଫ୍‌ ଜ୍ୟୋତିରଞ୍ଜନ ଏହାର ପ୍ରସ୍ତୁତି ସମ୍ପର୍କରେ ଯାହା କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ରିଫାଇନ୍‌ ତେଲ ୨୫୦ ମି.ଲି, ଗୋଟା ଜିରା, କଞ୍ଚା ଲଙ୍କା ଚପ୍‌ ସାଇଜ୍‌, ପିଆଜ(ଚପ୍‌ ସାଇଜ୍‌), ଆମେରିକାନ କର୍ନ୍‌, ଗ୍ରୀନ ମଟର, ଗାଜର,ଲୁଣ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ହ୍ବାଇଟ ପିପର୍‌, ଭଜା ଜିରା ଗୁଣ୍ଡ, ରସୁଣ (ଚପ୍‌ ସାଇଜ୍‌), ସିଝା ଆଳୁ ୪ଟା, କର୍ନଫ୍ଲେକ୍ସ ଗୁଣ୍ଡ, ମଇଦା, ପନିର ୩୦ ଗ୍ରାମ୍‌, ବ୍ରେଡ୍‌ କମ୍ବ୍‌।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ହାଲକା ଗରମ ହେଲା ପରେ ଏଥିରେ ପିଆଜ, କଞ୍ଚାଲଙ୍କା, ଗୋଟା ଜିରା, ରସୁଣ ପକେଇ ଭାଜିବାକୁ ପଡେ। ଏହାପରେ ଆମେରିକାନ କର୍ନ୍‌, ଗ୍ରୀନ ମଟର ଓ ଗାଜର ମିଶେଇ ଭଜାଯାଏ। ଭାଜିବା ପରେ ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ପରେ ଲଙ୍କା ଗୁଣ୍ଡ, ଧନିଆ ପତ୍ର, ହ୍ବାଇଟ ପିପର୍‌, ଭଜା ଜିରା ଗୁଣ୍ଡ ପକେଇ ଭଲ କି ଗୋଳେଇ ଦିଅନ୍ତୁ। କିଛି ସମୟ ଭାଜି ଏଥିରେ ସିଝା ଆଳୁକୁ ଚକଟି ପକେଇବା ପରେ ସଙ୍ଗେ ସଙ୍ଗେ ପନିରକୁ ମଧ୍ୟ ଚକଟି ପକେଇ ଦିଅନ୍ତୁ। ପନିର ଓ ଆଳୁ ଭଲଭାବେ ମିଶିବା ଯାଏ ଏହାକୁ ଗୋଳାନ୍ତୁ। ଏବେ ଏହାକୁ କାଢ଼ି ଅଲଗା ଏକ ପାତ୍ରରେ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ଆଙ୍ଗୁଠି ଭଳି କାଟନ୍ତୁ। ଅନ୍ୟ ଏକ ପାତ୍ରରେ କିଛି ମଇଦା ଓ ପାଣି ମିଶେଇ ଏକ ବହଳିଆ ମିଶ୍ରଣ ତିଆରି କରନ୍ତୁ। ଆଙ୍ଗୁଠି ଭଳି କଟାଯାଇଥିବା ଚକଟାକୁ ମଇଦାରେ ବୁଡେଇ ବ୍ରେଡ୍‌ କମ୍ବା ଓ କର୍ନ୍‌ଫ୍ଲେକ୍ସ୍‌ ଗୁଣ୍ଡରେ ମିଶେଇ ତେଲରେ ଛାଣନ୍ତୁ। ଗୋଲ୍‌ଡେନ୍‌ ରଙ୍ଗ ହୋଇଗଲେ ଏହାକୁ କାଢ଼ି ପରଷି ଦିଅନ୍ତୁ।