‘କୋହଳ ଆଭିମୁଖ୍ୟ ନ ଭାଙ୍ଗୁ କଟକଣା’

ଭୁବନେଶ୍ୱର,୨୦।୪: କରୋନା କଟକଣା ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମେ’ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢ଼ାଇ ଦିଆଯାଇଛି। ତେବେ ଏଥିଯୋଗୁ ଜୀବନଜୀବିକାଠାରୁ ଆରମ୍ଭ କରି ଅର୍ଥନୀତି ଓ ସାମାଜିକ ସ୍ଥିତି ବିଗିଡି ଯାଉଥିବାରୁ ସରକାର ୨୦ ତାରିଖରୁ କଟକ ଓ ଭୁବନେଶ୍ୱରକୁ ଛାଡ଼ି ଅନ୍ୟସବୁ ଅଞ୍ଚଳ ପାଇଁ କେତେକ କ୍ଷେତ୍ରରେ କୋହଳ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ରବିବାର ସରକାର ଘୋଷଣା କରିବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ତେବେ ଏହାକୁ ସୁଯୋଗ ବୋଲି ଭାବି କେତେକ ଲୋକ ଅନ୍ୟସବୁ କଟକଣା ଓ ନିୟମକୁ ମଧ୍ୟ ଉଲ୍ଲଂଘନ କରିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ନିୟନ୍ତ୍ରଣାଧୀନ ଥିବା କରୋନା ସଂକ୍ରମଣ ପୁଣି ବ୍ୟାପିବାର ଆଶଙ୍କା ଦେଖା ଦେଇଛି। ତେଣୁ କଟକଣା ଯେପରି ଭଙ୍ଗ ନ ହେବ ଓ ବିଶେଷକରି ରାଜ୍ୟ ସୀମା ଉପରେ କଡ଼ା ନଜର ରଖିବାକୁ ମତ ପ୍ରକାଶ ପାଇଛି।

ସୀମାରେ କଟକଣା କଡ଼ା ରହୁ, ପଶି ଆସିପାରନ୍ତି ଆକ୍ରାନ୍ତ
ଆଗାମୀ ଦିନରେ ଆର୍ଥିକ ମାନ୍ଦାବସ୍ଥା ଦୂର ପାଇଁ ଲକ୍‌ଡାଉନ୍‌କୁ କିଭଳି ଯଥାଶୀଘ୍ର ଉଠାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍‌। ଓଡ଼ିଶା ଧୀରେ ଧୀରେ ଭଲ ସ୍ଥିତି ଆଡକୁ ଗତି କରୁଛି। ମାତ୍ର ପଡ଼ୋଶୀ ପଶ୍ଚିମବଙ୍ଗର ଅବସ୍ଥା ବହୁତ ଖରାପ। ସେଠାରୁ ବହୁ ସଂକ୍ରମିତ ବ୍ୟକ୍ତି ଲକ୍‌ଡାଉନ୍‌ ଉଠିବା ପରେ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହେଉଥିବା ଗାଡ଼ିରେ ସଂକ୍ରମିତ ଓଡ଼ିଶା ଆସିଥିବା ନଜିର ରହିଛି। ଯଦି ଏବେଠାରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଉପରେ ଗୁରୁତ୍ୱ ଦିଆ ନ ଯାଏ ତେବେ ଓଡ଼ିଶା ସରକାରଙ୍କ ସବୁ କଷ୍ଟ ଶୁଖୁଆ ଝୋଳରେ ଚାଲିଯିବା ଭଳି ହେବ।
– ପ୍ରଭୁ ପ୍ରସାଦ ମିଶ୍ର
ଭାରତ ପ୍ରଥମରୁ ଭୁଲ୍‌ କରିଥିଲା
କେବଳ ଏବେ ନୁହେଁ, ଲକ୍‌ଡାଉନ୍‌ ଉଠିବା ପରେ ପୁଣିଥରେ କରୋନା ବ୍ୟାପିବନି ବୋଲି କହିହେଉନି। ତେଣୁ ସ୍ଥିତି ଉପରେ କଡ଼ା ନଜର ରଖିବା ଉଚିତ୍‌। ରାଜ୍ୟ ଓ ଦେଶ ସୀମାକୁ ସିଲ୍‌ କରି ରଖିବା ସବୁଠାରୁ ଅଧିକ ଗୁରୁତ୍ୱପୁର୍ଣ୍ଣ। ଭାରତ ଏହି ଭୁଲ୍‌ ପ୍ରଥମରୁ କରିଥିଲା ବୋଲି ଆଜି ଏଭଳି ଦୁର୍ଦ୍ଦଶା ହୋଇଛି। ଅନେକ ରାଷ୍ଟ୍ର ଲକ୍‌ଡାଉନ୍‌ ନ କରି କେବଳ ବର୍ଡର ସିଲ୍‌ କରି ପରିସ୍ଥିତିକୁ ଆୟତ କରିପାରିଛନ୍ତି। ଏହାବ୍ୟତୀତ ଚୀନ୍‌ ଭଳି ବାହାରୁ ଆସୁଥିବା ଲୋକଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନ୍‌ରେ ରଖିବା ଉଚିତ୍‌।
– ସୁଶୀଲ ପାଣିଗ୍ରାହୀ
ସ୍ବାଗତଯୋଗ୍ୟ, କିନ୍ତୁ ବିପଜ୍ଜନକ
ମେ’ ୩ ପୂର୍ବରୁ କଟକଣାରେ କୋହଳ ଆଣିବା ଯେତିକି ସ୍ବାଗତଯୋଗ୍ୟ ସେତିକି ବିପଦଜନକ। ଯଦି ଲୋକ ଠିକ୍‌ଭାବେ ନିୟମ ପାଳନ ନ କରନ୍ତି ତା’ ହଲେ ପରିସ୍ଥିତି ଅଣାୟତ ହୋଇଯିବ। ଯେତିକି ସୁଧାର ଆସିଛି, ଅଧିକ ବିଗିଡ଼ି ଯିବ। ତେଣୁ ପୋଲିସ ଓ ପ୍ରଶାସନ ପରିସ୍ଥିତିକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ୍‌। ସବୁସ୍ଥାନରେ ଯେପରି ସାମାଜିକ ଦୂରତା ରକ୍ଷା କରାଯାଏ ତାହା ଉପରେ ନଜର ରଖିବା ଉଚିତ୍‌।
– ଶରତ ଚନ୍ଦ୍ର ସେଠୀ
ଦ୍ୱୈତନଗରୀରେ କଟକଣା ରହିବା ଭଲ ନିଷ୍ପତ୍ତି
ଯେତେବେଳେ ପରିସ୍ଥିତି ଠିକ୍‌ ହେବ, ସେତେବେଳେ ଖୁସି ହେବା ଯଥାର୍ଥ। ତେବେ କଟକ, ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ା ରଖାଯିବା ଏକ ଭଲ ନିଷ୍ପତ୍ତି। ଭୁବନେଶ୍ୱର ହଟ୍‌ସ୍ପଟ୍‌ ହୋଇଥିବାରୁ ଏହାକୁ ସିଲ୍‌ କରି ରଖିବାର ଆବଶ୍ୟକତା ରହିଛି। ହେଲେ ଯେଉଁ ସ୍ଥାନରେ ଲକ୍‌ଡାଉନକୁ ସାମାନ୍ୟ କୋହଳ କରାଯାଇଛି ସେଠାକାର ଲୋକେ ସଚେତନ ହେବା ଆବଶ୍ୟକ। ସାମାନ୍ୟ ଭୁଲ୍‌ ହେଲେ ପୁଣିଥରେ ସ୍ଥିତି ବିଗିଡିଯିବ। ଲୋକ ସଚେତନ ରହିଲେ ଏହି ମହାମାରୀକୁ ମାତ୍‌ ଦେଇପାରିବା। ( ପ୍ରତିଭା ବର୍ମା ମହାପାତ୍ର)

ସସ୍ମିତା ପାଇକରାୟ

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶପଥ ନେବେ ରହମାନ

ଢାକା,୧୭ା୨: ବାଂଲାଦେଶରେ ମଙ୍ଗଳବାର ବିଏନ୍‌ପି (ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି) ସରକାର ଶପଥ ନେବ। ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ…

ଜାନୁଆରୀରେ ବେରୋଜଗାରି ୫%କୁ ବଢ଼ିଛି

ନୂଆଦିଲ୍ଲୀ,୧୭ା୨(ପି.ଟି.): ଦେଶରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ବେରୋଜଗାରି ହାର ଗତବର୍ଷ ଡିସେମ୍ବରରେ ୪.୮ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫ ପ୍ରତିଶତକୁ ବୃଦ୍ଧି…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ସୁଭଦ୍ରା ଟଙ୍କା

କାକଟପୁର/ଅସ୍ତରଙ୍ଗ,୧୭।୨ (ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ମହିଳାଙ୍କ ପାଇଁ ଖୁସି ଖବର । ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri