Categories: ଖେଳ

କୋହଲି ହିଁ ରହିବେ ଆରସିବି ଅଧିନାୟକ

ବେଙ୍ଗାଲୁରୁ,୨୦।୯: ୨୦୧୩ଠାରୁ ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଥରେ ହେଲେ ଆଇପିଏଲ ଟ୍ରଫି ହାସଲ କରିପାରି ନାହଁି। ହେଲେ ଫ୍ରାଞ୍ଚାଇଜ ଦଳର ନେତୃତ୍ୱରେ କୌଣସି ପରିବର୍ତ୍ତନ କରିବାକୁ ଇଚ୍ଛୁକ ନୁହେଁ। ଗୁରୁବାର ଆରସିବି ତା’ର ନୂଆ ସପୋର୍ଟ ଷ୍ଟାଫ ଘୋଷଣା କରିଛି। ଦଳର ନୂଆ ଡିରେକ୍ଟର ମାଇକ ହେସନ ଅଧିନାୟିକ୍ୱରେ ପରିବର୍ତ୍ତନ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କୋହଲି ତାଙ୍କ ପୂର୍ବ ତ୍ରୁଟିରୁ ଶିଖୁଛନ୍ତି। ତାଙ୍କୁ ମ୍ୟାଚ୍‌କୁ ନିୟନ୍ତ୍ରଣ କରିବା ପାଇଁ ସମୟ ଲାଗିବ ବୋଲି ହେସନ କହିଛନ୍ତି।

Share