Categories: ଖେଳ

କୋହଲି ପେଟା ଇଣ୍ଡିଆ ପର୍ସନ ଅଫ୍‌ ଦି ଇୟର

ନୂଆଦିଲ୍ଳୀ,୨୦।୧୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ପିପୁଲ ଫର୍‌ ଦି ଏଥିକାଲ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍ସ (ପେଟା) ଇଣ୍ଡିଆ ଫର୍ସନ ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ପଶୁ ତଥା ଜୀବଜନ୍ତୁଙ୍କ ସ୍ବାର୍ଥ ରକ୍ଷା ଓ ହିତ ସାଧନ ପାଇଁ କୋହଲି ପ୍ରୟାସ ଜାରି ରଖିଛନ୍ତି। ତାଙ୍କୁ ୨୦୧୯ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶାକାହାରୀ କୋହଲି କିଛି ଦିନ ତଳେ ବେଙ୍ଗାଲୁରୁର ଏକ ଆନିମଲ ସେଣ୍ଟରରେ ଯାଇ ସେଠାରେ ଥିବା ଅବହେଳିତ ପଶୁଙ୍କ ଦେଖାଶୁଣା କରିଥିଲେ। ପଶୁମାନଙ୍କୁ କିଣିବା ଅପେକ୍ଷା ସେମାନଙ୍କୁ ନିଜର କରିବା ଉପରେ ଧ୍ୟାନ ଦେବାକୁ ସେ ସମସ୍ତଙ୍କୁ ବର୍ତ୍ତା ଦେଇଛନ୍ତି। ପଶୁମାନଙ୍କ ଉପରେ ନିଷ୍ଠୁରତା ଆଚରଣ ପ୍ରଦର୍ଶନ ନ କରିବାକୁ ୩୧ ବର୍ଷୀୟ କୋହଲି ପରାମର୍ଶ ଦେଇଥାନ୍ତି। ପଶୁମାନଙ୍କ ସୁରକ୍ଷା ଓ ହିତ ସାଧନ ନେଇ କୋହଲି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ପେଟା ଇଣ୍ଡିଆ ଡାଇରେକ୍ଟର ଅଫ୍‌ ସେଲିବ୍ରିଟି ଓ ପବ୍ଲିକ୍‌ ରିଲେଶନ୍ସ ସଚିନ ବାଙ୍ଗେରା କହିଛନ୍ତି।
କୋହଲିଙ୍କ ପୂର୍ବରୁ ପେଟା ଇଣ୍ଡିଆ ପର୍ସନ ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଥିବା ସେଲିବ୍ରିଟିମାନେ ହେଲେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର, ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି କେ.ଏସ୍‌. ପାନିକେର ରାଧାକ୍ରିଷ୍ଣନ, ଅଭିନେତ୍ରୀ ଅନୁଷ୍କା ଶର୍ମା, ସନୀ ଲିଓନ, ସୋନମ କପୁର, କପିଲ ଶର୍ମା, ହେମା ମାଳିନୀ, ଆର. ମାଧବନ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌।

Share