Categories: ଖେଳ

କୋହଲି କହିଲେ, ଦୌଡରେ ମୁଁ ଏହି ଖେଳାଳିଙ୍କଠାରୁ ପଛରେ

ନୂଆଦିଲ୍ଲୀ, ୨୫।୧୧: ବିରାଟ କୋହଲିଙ୍କୁ ଭାରତୀୟ ଦଳରେ ଫିଟ୍‌ନେସ୍‌ ଗୁରୁ ଆଖ୍ୟା ଦିଆଯାଇଛି। ବିରାଟ ମଧ୍ୟ ନିଜ ଫିଟନେସ୍‌କୁ ବେଶ୍‌ ସଚେତନ। ନିଜକୁ ଫିଟ୍‌ ରଖିବା ପାଇଁ ଦୁଇବର୍ଷ ହେବ ଶାକାହାରୀ ହୋଇଯାଇନ୍ତି। କିନ୍ତୁ ଫିଟ୍‌ନେସ୍‌ରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ କମ୍‌ ନୁହଁନ୍ତି। ସେ ନିକୁ ଫିଟ ରଖିବା ପାଇଁ ପ୍ରତିଦିନ ଜିମ୍‌ ଯିବା ସହ ଖାଇବାରେ ମଧ୍ୟ ଧ୍ୟାନ ଦିଅନ୍ତି। ଇଡେନ ଗାର୍ଡେନ୍ସରେ ଟିମ ଇଣ୍ଡିଆ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ଜିତି ଇତିହାସ ରଚିବା ପରେ କୋହଲି ଜାଡେଜାଙ୍କ ଫିଟ୍‌ନେସ୍‌କୁ ପ୍ରଶଂସା କରିଛନ୍ତି। ଟ୍ରେନିଂ ସେସନରେ ଜାଡେଜାଙ୍କୁ ଦୌଡାରେ ପିଛା କରିବା ଅସମ୍ଭବ ବୋଲି ସେ କହିଛନ୍ତି। ନିଜ ଟୁଇଟରରେ ଏକ ଫଟୋ ଶେୟାର କରି କୋହଲି ଏକଥା କହିଛନ୍ତି। ଫଟୋରେ ରବିନ୍ଦ୍ର ଜାଡେଜା ଏବଂ ରୁଷଭ୍‌ ପନ୍ତ ନଜର ଆସୁଛନ୍ତି।

Share