Posted inଖେଳ

କୋହଲିଙ୍କ ଶତକ, ଇନିଂସ ବିଜୟ ଦ୍ୱାରରେ ଭାରତ

କୋଲ୍‌କାତା, ୨୪।୧୧- ପିଙ୍କ୍‌ ବଲ୍‌ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ପକ୍ଷରୁ ପ୍ରଥମ ଶତକ ହାସଲ କରିଛନ୍ତି ଅଧିନାୟକ ବିରାଟ କୋହଲି। ସ୍ଥାନୀୟ ଇଡେନ୍‌ ଗାର୍ଡେନ୍ସରେ ଚାଲିଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିରାଟଙ୍କ ଶତକ ସହାୟତାରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ଚା’ ବିରତି ପୂର୍ବରୁ ଏହାର ପ୍ରଥମ ଇନିଂସ୍‌କୁ ୩୪୭/୯ରେ ଘୋଷଣା କରି ୨୪୧ ରନ୍‌ରେ ଅଗ୍ରଣୀ ଲାଭ କରିଛି ଟିମ୍‌ ଇଣ୍ଡିଆ। ବାଂଲାଦେଶ ପ୍ରଥମ ଇନିଂସ୍‌ ୧୦୬ ରନ୍‌ରେ ସୀମିତ ରହିଥିଲା। ଦ୍ୱିତୀୟ ଦିବସ ଶେଷ ବେଳକୁ ବାଂଲାଦେଶ ଦ୍ୱିତୀୟ ଇନିଂସରେ ୬ ଉଇକେଟ ହରାଇ ୧୫୨ ରନ ସଂଗ୍ରହ କରିଛି। ଦଳ ଏକଦା ୧୩ ରନରେ ୪ ଉଇକେଟ ହରାଇ ବିପଦରେ ପଡ଼ିଥିବାବେଳେ ମୁଶଫିକର ରହିମ ଓ ମହମୁଦୁଲ୍ଲା ଇନିଂସ ସମ୍ଭାଳିଥିଲେ। ମହମୁଦୁଲ୍ଲା ୩୯ ରନ କରି ରିଟାୟର୍ଡ ହର୍ଟ ହୋଇଥିବାବେଳେ ମୁଶ୍‌ଫିକର ୫୯ ରନରେ ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୪ଟି ଓ ଉମେଶ ଯାଦବ ୨ଟି ଉଇକେଟ ନେଇଛନ୍ତି। ୪ ଉଇକେଟ ହାତରେ ଥାଇ ବାଂଲାଦେଶ ଆହୁରି ୮୯ ରନ ପଛରେ ରହିଛି।
ଶୁକ୍ରବାର ପ୍ରଥମ ଦିବସ ଶେଷସୁଦ୍ଧା ଭାରତ ୩ ଉଇକେଟ ହରାଇ ୧୭୪ ରନ୍‌ କରିଥିଲା। କୋହଲି ୫୯ ଓ ଅଜିଙ୍କ୍ୟ ରାହାନେ ୨୩ ରନ୍‌ରେ ଅପରାଜିତ ଥିଲେ। ଦ୍ୱିତୀୟ ଦିବସରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ। ରାହାନେ କ୍ୟାରିୟରର ୨୨ତମ ଅର୍ଦ୍ଧଶତକ ହାସଲ କରିଥିବାବେଳେ କୋହଲି ଶତକ ଆଡ଼କୁ ମୁହାଁଇଥିଲେ। ୬୫ ବଲ୍‌ରୁ ୫୦ ରନ୍‌ ପୂରଣ କରିଥିବା ରାହାନେ ବ୍ୟତିଗତ ୫୧(୭ ଚୌକା) ରନ୍‌ କରିଥିବାବେଳେ ତାଇଜୁଲ ଇସ୍‌ଲାମଙ୍କ ବଲ୍‌ରେ ଏବାଦତ ହୋସେନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବିରାଟ କିନ୍ତୁ ଥିଲେ ଦୃଢ଼ନିଶ୍ଚିତ। ଆତ୍ମବିଶ୍ୱାସର ସହ ବ୍ୟାଟିଂ ଜାରି ରଖି ସେ ପ୍ରଥମ ସେସନରେ ହିଁ ଶତକ (୧୫୯ ବଲ୍‌ରୁ ୧୦୦ ରନ୍‌, ୧୨ ଚୌକା) ପୂରଣ କରିଥିଲେ। ଲଞ୍ଚ୍‌ ବ୍ରେକ୍‌ ବେଳକୁ ଭାରତ ୪ ଉଇକେଟ ହରାଇ ୨୮୯ ରନ୍‌ କରିଥିଲା। ଲଞ୍ଚ୍‌ ବ୍ରେକ୍‌ ପରେ ଜାଡେଜା ଆଉ କୌଣସି ରନ୍‌ ଯୋଗ କରିବା ପୂର୍ବରୁ ଆଉଟ ହୋଇଥିଲେ। ସେ ୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଶତକ ହାସଲ ପରେ କେତେକ ଦର୍ଶନୀୟ ଶଟ୍‌ ଖେଳିଥିବା ବିରାଟ ବ୍ୟକ୍ତିଗତ ୧୩୬(୧୯୪ ବଲ, ୧୮ ଚୌକା) ରନ୍‌ କରିଥିବାବେଳେ ଆଉଟ ହୋଇଥିଲେ। ଏବାଦତ୍‌ ହୋସେନଙ୍କ ବଲ୍‌ରେ କୋହଲିଙ୍କ ଚିତ୍ତାକର୍ଷକ କ୍ୟାଚ୍‌ ନେଇଥିଲେ ବଦଳ ଖେଳାଳି ତାଇଜୁଲ ଇସ୍‌ଲାମ। ଅଧିନାୟକ ଭାବେ ଏହା ଥିଲା କୋହଲିଙ୍କର ୨୦ତମ ଓ ମୋଟ ୨୭ତମ ଶତକ। ଅନ୍ତର୍ଜାତୀୟ କ୍ରିକେଟରେ ଏହା ଥିଲା ତାଙ୍କର ୭୦ତମ ଶତକ। କୋହଲିଙ୍କ ବିଦାୟ ପରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ ଓ ଈଶାନ୍ତ ଶର୍ମା ଶୀଘ୍ର ଆଉଟ ହୋଇଥିଲେ। ଅଶ୍ୱିନ ୯ ରନ୍‌ କରିଥିବାବେଳେ ଉମେଶ ଓ ଈଶାନ୍ତ ଖାତା ଖୋଲିପାରି ନ ଥିଲେ। ବାଂଲାଦେଶ ପକ୍ଷରୁ ଏବାଦତ୍‌ ହୋସେନ ଓ ଅଲ୍‌-ଅମିନ ହୋସେନ ୩ଟି ଲେଖାଏ, ଆବୁ ଜାୟେଦ ୨ଟି ଓ ତାଇଜୁଲ ଇସ୍‌ଲାମ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ: ୧୦୬।
ଭାରତ ପ୍ରଥମ ଇନିଂସ: ୩୪୭/୯/ଘୋଷଣା (କୋହଲି-୧୩୬, ଚେତେଶ୍ୱର ପୂଜାରା-୫୫, ରାହାନେ-୫୧, ଏବାଦତ୍‌-୩/୯୧, ଅଲ୍‌ ଅମିନ-୩/୮୫, ଆବୁ ଜାୟେଦ-୨/୭୭, ତାଇଜୁଲ ଇସ୍‌ଲାମ-୧/୮୦)। ବାଂଲାଦେଶ ଦ୍ୱିତୀୟ ଇନିଂସ: ୧୫୨/୬(ମୁଶ୍‌ଫିକର-୫୯, ମହମୁଦୁଲ୍ଲା-୩୯, ଈଶାନ୍ତ-୪/୩୯, ଉମେଶ-୨/୪୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri