Categories: ଖେଳ

କୋହଲିଙ୍କ ବିରାଟ ‘ହୃଦୟ’, ଜିତିଲେ ପ୍ରଶଂସକଙ୍କ ମନ

ଇନ୍ଦୋର,୧୭।୧୧:ଦେଶରେ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଖ୍ୟା ସର୍ବାଧିକ। ଭାରତୀୟ ଦଳ ଯେଉଁଠି କି ବି ଖେଳିବାକୁ ଗଲେ, ସବୁଠି ପହଞ୍ଚି ଯାନ୍ତି କୋହଲି ପ୍ରଶଂସକ। ନିକଟରେ ଇନ୍ଦୋରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଲାଯାଇଥିବା ପ୍ରଥମ ଟେଷ୍ଟରେ ଏମିତି କିଛି ନଜାରା ଦେଖିବାକୁ ମିଳିଥିଲା। କୋହଲିଙ୍କ ଜଣେ ସ୍ବତନ୍ତ୍ର ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ଘଣ୍ଟା ଘଣ୍ଟା ଧରି ବସିରହିଥିଲେ। ସେ ମଧ୍ୟ ତାଙ୍କୁ ନିରାଶ କରି ନ ଥିଲେ। ଏହି ସ୍ବତନ୍ତ୍ର ପ୍ରଶଂସକ ଜଣଙ୍କ ହେଉଛନ୍ତି ପୂଜା ଶର୍ମା। ଯେ କି ଅଜବ ରୋଗରେ ପୀଡିତ। ଛୁଇଁ ଦେଲେ ତାଙ୍କ ହାଡ ଭାଙ୍ଗି ଯାଉଛି। ପୂଜା କୋହଲିଙ୍କ ଜଣେ ବଡ ପ୍ରଶଂସକ। ସେ କୋହଲିଙ୍କ ଭେଟିବାକୁ ଚାହୁଁଥିଲେ। ବିରାଟ ମ୍ୟାଚ୍‌ ବିଜୟ ପରେ ବାହାରକୁ ଆସିବା କ୍ଷଣି ଚେୟାର ଉପରେ ବସି ବିରାଟଙ୍କୁ ୍ରଅପେକ୍ଷା କରିଥିଲେ ପୂଜା। କୋହଲି ପୂଜାଙ୍କୁ ଦେଖିବା ପରେ ଅଟକି ଯାଇ ତାଙ୍କ ସହ କଥା ହୋଇଥିଲେ। ଏକ ଟୋପିରେ ଅଟୋଗ୍ରାଫ ଦେବାସହ ତାଙ୍କ ଫଟୋ ଉଠାଇଥିଲେ କୋହଲି।

Share